ସତ୍ୟବାଦୀ ଭାରତ ବିକାଶ ପରିଷଦ ଶାଖା ପକ୍ଷରୁ ଆଧ୍ୟାତ୍ମିକ ସଂଗୀତ ଓ କୁଇଜ ପ୍ରତିଯୋଗିତା
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ବ୍ଳକ ଛକ ନିକଟ ସ୍ୱର୍ଣ୍ଣ ମଣ୍ଡପ ପରିସରରେ ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାକା ପକ୍ଷରୁ ରାଷ୍ଠୀୟ ସମୁହ ଗାନ ପ୍ରତିଯୋଗିତା ଓଭାରତ କୋ ଜାନେ’ କୁଇଜ ପ୍ରତିଯୋଗିତା କରାଯାଇଥିଲା । ଜୁନିୟର ଓ ସିନିୟର ଦୁଇଟି ଗ୍ରୁଫରେ କରାଯାଇଥିଲା । ରାଷ୍ଟୀୟ ସଂଗୀତ ଗାନରେ ୧୨ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେମାନେ ଓଡିଆ, ହିନ୍ଦି ଓସଂସ୍କୃତ ଭାଷାରେ ଦେଶତ୍ମାକ ସଂଗୀତ ଗାନ କରିଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଦୁଇଟି ଯାକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସୁନିଲ କୁମାର ବେହେରା ସଂଯୋଜନା କରିଥିବା ବେଳେ ବିଚାରକ ମଣ୍ଡଳୀ ଭାବେ ଉତ୍କଳ ଗୌରବ ଆନ୍ତର୍ଜାତିକ ବିଦ୍ୟାଳୟର ସଂଗୀତ ଶିକ୍ଷକ ମନୋଜ କୁମାର ମାଟି, ପୁରୀର ସଂଗୀତ ଶିକ୍ଷକ ଭୁବନେଶ୍ୱର ମହାପାତ୍ର, ସଂସ୍କୃତ ବିଶ୍ୱବିଦ୍ୟାୟର ପ୍ରଫେସର ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତ ରହିଥିଲେ । ସେହିପରି କୁଇଜ ପ୍ରତିଯୋଗିତାରେ ଜୁନିୟର ବିଭାଗରେ ପ୍ରଥମ ସ୍ଥାନ ସରକାରୀ ବାଳିକା ବିଦ୍ୟାଳୟ, ୨ୟ ଗୋପିନାଥ ଦେବ ବିଦ୍ୟାଳୟ, ବିଶ୍ୱନାଥପୁର ୩ୟ ସ୍ଥାନ ଅଧିକାର କରିଥିଲେ ସେଣ୍ଡ ଜାଭିୟର ହାଇସ୍କୁଲ, ସାକ୍ଷୀଗୋପାଳ । ସିନିୟର ବିଭାଗରେ ୧ମ ସ୍ଥାନ ଓଡିଆ ଆଦର୍ଶ ବିଦ୍ୟାଳୟ ସାକ୍ଷୀଗୋପାଳ, ଗୋପିନାଥ ଦେବ ବିଦ୍ୟାଳୟ, ବିଶ୍ୱନାଥପୁର ଓ ୩ୟ ସ୍ଥାନରେ ସତ୍ୟବାଦୀ ହାଇସ୍କୁଲର ଛାତ୍ର ଛାତ୍ରୀ ମାନେ ରହିଛନ୍ତି । କୁଇଜ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଦିଗନ୍ତ କୁମାର ପତି ଓ ମୃତ୍ୟୁଞ୍ଜୟ ମହାପାତ୍ର । କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ପେଣ୍ଠପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିନ୍ମୟ ରାଉତ, ଭାରତ ବିକାଶ ପରିଷଦର ରାଜ୍ୟ ସଭାପତି ସତ୍ୟବାଦୀ ଦାଶ, ସଂଗଠନ ରାଜ୍ୟ ସଚ୍ଚିବ ରାମଚନ୍ଦ୍ର ଦଲେଇ, ସତ୍ୟବାଦୀ ଶାଖାର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ନବଘନ ଶତପଥି, ସତ୍ୟବାଦୀ ଶାଖାର ପରିବେଶ ସଚ୍ଚିବ ସୁଶାନ୍ତ କୁମାର ରଥ, ଶାଖାର ସଂସ୍କାର ସଚ୍ଚିବ ବିଜୟ କୁମାର ପରିଡା ପ୍ରମୁଖ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପୁରଷ୍କାର ବିତରଣ ଉତ୍ସବରେ ଅତିଥି ଭାବେ କିଟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ମିଶ୍ର, ଗୋପବନ୍ଧୁ ଆୟୁବୈଦ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଦର୍ଶନ ବେହେରା, ଭାତର ବିକାଶ ପରିଷଦର ରାଜ୍ୟ ସଭାପତି ସତ୍ୟବାଦୀ ଦାଶ, ରାଜ୍ୟ ଉପସଭାପତି ପୂର୍ଣ୍ଣମୟୀ ଦାଶ, ରାଜ୍ୟ ଅର୍ଥ ସଚ୍ଚିବ ଦୁଖିଃଶ୍ୟାମ ଦାଶ, ପର୍ଯ୍ୟବେକ୍ଷକ ରାମଚନ୍ଦ୍ର ପଲେଇ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ସିଲ ଦେଇ ସମ୍ମାନୀତ କରାଯାଇଥିଲା । ଟିକିନା ମିଶ୍ର, ଲେପାମୁଦ୍ରା କର, ପଜ୍ଞାପାରାମିତା ସ୍ୱାଇଁ, ଣିଙ୍ଗରାଜ ସାହୁ, ବିଷ୍ଠୁ ମହାରଣା, ନୀଳକଣ୍ଠ ବାରିକ, ବିଶାଖା ଦେବୀ, ସନ୍ତୋଷ ଦାସ, ଭମରବର ସ୍ୱାଇଁ ବିଭୁ ପ୍ରସାଦ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ ବସନ୍ତ କୁମାର ସ୍ୱାଇଁ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୯/୨୦୨୨---୧୦,୧୫
Sakhigopal News,4/9/2022