ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ଆଧ୍ୟତ୍ମିକ କବିତା ପାଠ ଉତ୍ସବ
ସାକ୍ଷୀଗୋପାଳ ------- ସାକ୍ଷୀଗୋପାଳ ସିଂହଦ୍ୱାର ନିକଟରେ ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ମା ଶ୍ରୀରାଧାରାଣୀଙ୍କ ଜନ୍ମ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ମାଟିର ମହାକ ଓ ବନ୍ଦନା ସାହିତ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଏକ ଆଧ୍ୟାତ୍ମିକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୮୦ ଜଣ କବି କବୟତ୍ରୀ ସ୍ୱରଚିତ ରାଧାକୃଷ୍ଣଙ୍କ ଉପରେ ଆଧାରିତ କବିତା ପାଠ କରିଥିଲେ । ଏହି କବିତା ପାଠ ଉତ୍ସବକୁ ଶ୍ରୀରାଧା ଜନ୍ମ ମହୋତ୍ସବ କମିଟର ସମ୍ପାଦକ ଦିବାକର ମହାପାତ୍ର , ସାଂସ୍କୃତିକ ସମ୍ପାଦକ ବିଜୟ ମହାପାତ୍ର, ପ୍ରଫୁଲ ପଣ୍ଡା, ଡ. ଦିଲୀପ ସେନାପତି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ କବି ତଥା ସମାଜସେବୀ ରବୀନ୍ଦ୍ର ନାଥ ଷଡଙ୍ଗୀଙ୍କ ସମ୍ପାଦନରେ ବନ୍ଦନା ସାହିତ୍ୟ ପ୍ରତ୍ରିକା ଓ କବି ରତ୍ନାକର ଜେନାଙ୍କ କବିତା ପୁସ୍ତକ ପଲ୍ଲବୀ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସେହିପରି ୭ ଜଣ କବି କବୟତ୍ରୀ ଓ ଅତିଥି ମାନଙ୍କୁ ରାଧାକୃଷ୍ଣଙ୍କ ପଟୋଚିତ୍ର ଓ ଉତ୍ତରୀୟ ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା । କବିତା ପାଠଉତ୍ସବକୁ ସଂଯୋଜନା କରିଥିଷଲ ଆଇନଜୀବୀ ଅଞ୍ଜନ ହୋତା । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ କବି ତଥା ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ବିଜୟ ପଟ୍ଟନାୟକ, ରମେଶ ଚନ୍ଦ୍ର ପଲେଇ, ଦାଶରଥି ମହାନ୍ତି ଓ ନିରଞ୍ଜନ ବରାଳ । ଶେଷରେ କୁନିକୁନି ପିଲା ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୯/୨୦୨୨---୧୦,୧୫