Breaking News

ଜଙ୍ଗଲରୁ ଆସି ଘରେ ପଶିଲା ବଣୁଆ ବାରହା, ମହିଳାଙ୍କୁ ଆକ୍ରମଣ , ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି



ଭଞ୍ଜନଗର---- ଗାଁ ଭିତରେ ପଶି , ଘର ବାରଣ୍ଡା ସଫା କରୁଥିବା ମହିଳାଙ୍କୁ ଆକ୍ରମଣ କଲା ବଣୁଆ ବାରହା । ଗୁରୁତର ଆହତ ମହିଳା ଏବେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ଅନ୍ତର୍ଗତ  କୋକଳବା ଗ୍ରାମରେ ଘଟିଛି ଏଭଳି ଘଟଣା । ଆହତ ମହିଳା ଜଣକ ବୌଜନ୍ତୀ ସାହୁ ବୋଲି ଜଣାପଡିଛି ।  ଖବର ନେବାରେ ବୌଜନ୍ତୀ ସକାଳୁ ଉଠି ଘର ବାରଣ୍ଡା ସଫା କରୁଥିବା ସମୟରେ ହଠାତ୍ ବାରହାଟି ଗାଁ ମୁହାଁ ହୋଇଥିଲା ।  ବୌଜନ୍ତୀଙ୍କ  ଘର ଭିତରେ ପଶିଯିବାରୁ ବୌଜନ୍ତୀ ଘରକୁ ଯାଇ ବାରହା୍ଟିକୁ ଘେଡାଇବା ଉଦ୍ୟମ କରିଥିଲେ । ସେହି ସମୟରେ ବାରହାଟି ହିଂସ୍ର ହୋଇ ବୌଜନ୍ତୀକୁ ଆକ୍ରମଣ କରିଥିଲା । ଫଳରେ ତାଙ୍କ କାନ ଓ ଗୋଡକୁ  କାମୁଡି ଦେଇଥିଲା ବାରହା । ରକ୍ତଜୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଭଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହି ଖବର ପାଇ ତାରସିଂ ବନାଞ୍ଚଳ ଅଧିକାରୀ ତାରାକାନ୍ତ ଉଦଗାତା ଙ୍କ  ନିଦ୍ଧେର୍ଶ କ୍ରମେ ,  ବନପାଳ କଳାବଦନ ଦାଶ  ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଚି ଆହତ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଥିଲେ ।  ସରକାର ଙ୍କ ସମସ୍ତ ସହାୟତ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଅନ୍ୟପକ୍ଷରେ ଆହତ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା, ମେଡିକାଲ ସୂତ୍ରରୁ ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୯/୨୦୨୨---୯,୨୦ Sakhigopal News,4/9/2022

Blog Archive

Popular Posts