ବିଷଧର ସାପ କାମୁଡାରେ ଯୁବତୀ ଗୁରୁତର
ଭଞ୍ଜନଗର - ତାରାସିଂ ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମରେ ବିଷଧର ସାପ କାମୁଡାରେ ଜଣେ ଯୁବତୀ ଗୁରୁତର । ଗୁରୁତର ଯୁବତୀ ଜଣକ ଏବେ ଚିକିତ୍ସାଧିନ ରହିଛନ୍ତି । ନୂଆଁପଲ୍ଲୀ ଗ୍ରାମର ସିମାଞ୍ଚଳ ଗୌଡ ଝିଅ ଦେବକି ଗୌଡ଼ । ତାଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଖବର ନେବାରେ ଦେବକି କିଛି କାମରେ ବାହାରକୁ ଯାଇ କାମସାରି ଘରକୁ ଫେରିବା ସମୟରେ ଘରର କବାଟ ତଳେ ଏକ ବିଷଧର ସାପ ରହିଥିଲା । ଅଜାଣତରେ ସାପ ଉପରେ ଗୋଡ଼ ପଡିଯିବାରୁ ସାପଟି ଦେବକୀ ର ପାଦକୁ କାମୁଡି ଦେଇଥିଲା । ଫଳରେ ତାଙ୍କର ଦେହ ଜଳାପଡା ହେବାରୁ ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଝାଡଫୁଙ୍କା କରିଥିଲେ ଏହି ଭିତରେ ଦେବକି ଗୁରୁତର ହୋଇପଡିଥିଲେ । ପରେ ମେଡିକାଲ ରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୯/୨୦୨୨----୯,୧୫ Sakhigopal News,4/9/2022