ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣଧୀନ ସ୍ଥାନରେ ଲାଗିଲା ସୁଚନାଫଳକ
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ମନ୍ଦିର ପଛପାଶ୍ୱର୍ରେ ଓଡିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ଅଗ୍ରଗତି ଭାବେ ଜାରି ରହିଛି । ଏଥିପାଇଁ ୩୦ କୋଟି ୩୦ ଲକ୍ଷ ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । କିଛି ଲୋକ ଏଠାରେ ବିଶ୍ୱବିଦ୍ୟାଳୟ ହେବ ନାହିଁ ବୋଲି ଏବେବି ପ୍ରଚାର କରୁଛନ୍ତି । କାରଣ ଏକ ବିଶ୍ୱବିଦ୍ୟାଳୟ ହେଲେ ପ୍ରଥମେ ରାସ୍ତାର ଉନ୍ନତି ଆବଶ୍ୟକତା ରହିଛି । ସାକ୍ଷୀଗୋପାଳ ବଜାର ରାସ୍ତା ଅଣଓସାରିଆ ସାଙ୍ଗକୁ ଖାଲ ଖମାରେ ପରିପୂର୍ଣ୍ଣ । ସେହିପରି କାମ ଧିମା ଗତିରେ ଚାଲିଛି ବୋଲି ଲୋକମାନେ କହନ୍ତି । ବୁଧବାର ଦିନ ସାକ୍ଷୀଗୋପାଳ- ଅଳଗୁମ ରାସ୍ତା କରରେ ଓଡିଆ ବିଶ୍ୱବିଦ୍ୟାଳୟ କାମ ନେଇଥିବା ଓଡିଶା ସେତୁ ନିର୍ମାଣ ନିଗମ ପକ୍ଷରୁ ଏକ ସୁଚନା ଫଳକ ମରାଯାଇଛି । ଯାହାକି ଲୋକମାନେ ଏହିବୋର୍ଡକୁ ଦେଖୁଛନ୍ତି । ଏହି ପ୍ରକଳ୍ପ କାମ ୮ ଡିସେମ୍ବର ୨୦୨୧ରେ ଆରମ୍ଭ ହୋଇଛି । ୭ ଜୁନ ୨୦୧୩ରେ ସରିବ ବୋଲି ସୁଚନା ଫଳକରେ ଉଲ୍ଲେଖ ରହିଛି । ଏହି ପ୍ରକଳ୍ପରେ ୬ଟି ଘର ରହିଛି । ୨ଗୋଟି ହଷ୍ଟେଲ ରହିଥିବା ବେଳେ ଗୋଟିଏ ଲାଇବ୍ରେରୀ, ଗୋଟିଏ କ୍ଳାସରୁମ, ଗୋଟିଏ ଅଫିସ କାର୍ଯ୍ୟାଳୟ ରହିଥିବା ଜଣାପଡିଛି । ଏହି ଘର ଗୁଡିକ ପ୍ରାୟତ ଦୁଇରୁ ତିନି ମହଳା ହେବ ବୋଲି ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୯/୨୦୨୨--୫,୧୦ Sakhigopal News, 14/9/2022