ଜନକଲ୍ୟାଣ ଟ୍ରଷ୍ଟ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ
ବରଗଡ଼ - ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ସ୍ଥିତ ଭଟଲି ଛକ୍ ଠାରେ ଥିବା ମାହେଶ୍ଵରୀ ନରସିଂହ କଲେଜର ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ଏକ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାହେଶ୍ଵରୀ ନରସିଂହ କଲେଜ ର ଅଧ୍ୟକ୍ଷ ସୁନୀତା ଵାଗ୍ ସଭାପତିତ୍ବ କରିଥିଲେ। ଏଥିରେ ଜ୍ଞାନ ପ୍ରତିଯୋଗୀତା ରେ ବରଗଡ଼ ଜିଲ୍ଲା ର କଳା ଓ ସଂସ୍କୃତି ଉପରେ ଆଧାରିତ ପ୍ରତିଯୋଗୀତା ହୋଇଥିଲା । ଏଥିରେ ୩୦ ମାର୍କ ର ପରୀକ୍ଷା ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ୧୭.୯.୨୨ ତାରିଖ ଦିନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ମାନପତ୍ର ସହ ଉପଢୌକନ ଦେଇ ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଛନ୍ତି ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ। ଏହି କାର୍ଯ୍ଯକ୍ରମ ରେ ଓଡିଶା ପ୍ରଭାରୀ ଦାଇତ୍ବ ରେ ଥିବା ସତ୍ୟଜୀତ ଦାଶ, ଆଜୀବନ ସଭ୍ୟ ଶ୍ରୀ ସୁରେଶ ମହାନନ୍ଦ ଯୋଗଦାନ କରି କରିଥିଲେ। ଏହି ସମୟରେ ରେ କଲେଜ ର ମୁଖ୍ୟ ଫକିର କର୍ଣ୍ଣ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ପରିଶେଷରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଦସ୍ୟ ମାନେ ଉପସ୍ଥିତ ଥିବା ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରକାଶ ଥାଉକି, ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଏହିପରି ସାଧାରଣଜ୍ଞାନ ପ୍ରତିଯୋଗୀତା ବରଗଡ ଜିଲ୍ଲାର ଶତାଧିକ ସରକାରୀ, ବେସରକାରୀ ବିଦ୍ୟାଳୟ ମାନଙ୍କ ରେ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ଜନକଲ୍ୟାଣ ଟ୍ରଷ୍ଟ ର ମୁଖ୍ୟ ତଥା ସ୍ଥାୟୀ ସଭାପତି ଶ୍ରୀ ମୁକୁନ୍ଦ ଦାଶ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୯/୨୦୨୨ ୬,୪୦
Sakhigopal News,14/9/2022