କଷ୍ଟର ସ୍ତରୀୟ ଶ୍ରବଣ ବାଧିକ ସଚେତନତା ଶିବିର
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତର ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଶ୍ରୀ ନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦ ଅନୁଷ୍ଠାନ ପକ୍ଷରୁ କଷ୍ଟର ସ୍ତରୀୟ ଶ୍ରବଣ ବାଧିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଟେକ ମହେନ୍ଦ୍ରା ଫାଉଣ୍ଡସେନ ଆର୍ଥକ ସହାୟତା ଯୋଗାଇ ଦେଇଥିଲା । ଏହି ସଚେତନତା ଶିବିରରେ ଜୟପୁର, ପେଣ୍ଠପଡା, ମୂଳ ଅଳସା, ଶ୍ରୀରାମଚନ୍ଦ୍ରପୁର, ନରେନ୍ଦ୍ରପୁର ଓ ନୂଆସୋମେଶ୍ୱରପୁର ପଞ୍ଚାୟତର ସମସ୍ତ ଅଙ୍ଗନୱାଡି କର୍ମୀଙ୍କ ସହିତ ହିତାଧିକାରୀଙ୍କ ଅଭିଭାବକ ମାନେ ଯୋଗ ଦେଇଥିଲେ । ଅତିଥି ଭାବେ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ସମିତିସଭ୍ୟ ସୁମନ୍ତ ଘଟୁଆରୀ, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଜିତେନ୍ଦ୍ର ବେହେରା, ନରେନ୍ଦ୍ରପୁର ସରପଞ୍ଚ ଗୌରାଙ୍ଗ ମଲ୍ଲିକ ପ୍ରମୁଖ ଯୋଗ ଦେଇ ବାଧିକ ଶିଶୁ ମାନଙ୍କୁ ପ୍ରଥମରୁ ଚିକିତ୍ସା କରିବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ କିପରି ସାମିଲ କରାଯାଇ ପାରିବ ସେ ଦିଗରେ ମତ ରଖିଥଲେ । ଶ୍ରୀ ନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦର ସମ୍ପାଦିକା ମମତା ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଉକ୍ତ ପ୍ରକଳ୍ପର ସଂଯୋଜିକା ମୋନାଲିସା ମହାପାତ୍ର କାର୍ଯ୍ୟକ୍ରମ ସମ୍ପକରେ ବିସ୍ତୁତ ତଥ୍ୟ ରଖିବା ସହ ପିଲାମାନଙ୍କୁ କିପରି ଚିକିତ୍ସା ସଠିକ କରିପାରିଲେ ସେମାନେ ଭବିଷ୍ୟତରେ ନିଜ ଗୋଡରେ ନିଜେ ଠିଆ ହେବା ସହ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲି ହୋଇପାରିବେ ଅଙ୍ଗନୱାଡି ୱାକର , ଜନପ୍ରତିନିଧି, ୱାଡ ସଭ୍ୟ ସଭ୍ୟା ମାନଙ୍କୁ ସଚେତନତା କରାଯାଇଥିଲା । ଶେଷରେ ବିକ୍ରମ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୯/୨୦୨୨---୧୦,୧୫
Sakhigopal News ,4/9/2022