ସେବା ପରିବର୍ତ୍ତେ ନେବାକୁ ପସନ୍ଦ କରନ୍ତି ସମବାୟ ସମିତିର ସମ୍ପାଦକ
କଟକ---- ଚାଷର ଉନ୍ନତି ହେଲେ ,ଦେଶର ଉନ୍ନତି ହେବ ଏ କଥା ସରକାର ମର୍ମେ ମର୍ମେ ଅନୁଭବ କରିବା ପରେ ସ୍ଥାପନ ହେଲା ସେବା ସମବାୟ ସମିତି । ଋଣ,ଚାଷ ସରଞ୍ଜାମ ,ସାର , ବିହନ ଇତ୍ୟାଦି ସୁଚାରୁ ରୁପେ ଯୋଗାଇବା ଥିଲା ସେବା ସମବାୟ୍ ସମିତିର ମୂଳ ଲକ୍ଷ୍ୟ । ହେଲେ ଏହାର ବ୍ୟତିକ୍ରମ ଦେଖିବା ପାଇଁ ମିଳିଛି କଟକ ଜିଲ୍ଲାର ବାଙ୍କୀ ବ୍ଲକରେ । ବଘେଇ ସେବା ସମବାୟ ସମିତି ଓ କେନ୍ଦୁପଲ୍ଲୀ ସେବା ସମବାୟ ସମିତି । ଏହି ଦୁଇଟି ସମିତିର ଦାୟୀତ୍ୱରେ ଅଛନ୍ତି ଧରଣୀ ଧର ମହାନ୍ତି । ଦରମା କମ ପାଉଥିଲେ ମଧ ପରିବାର ପ୍ରତିପୋଷଣ ର ଢାଞ୍ଚା ନିଆରା । ୦୮/୧୦ ଟି ପ୍ଲଟ , ଅନେକ ଚାଷ ଜମି , ବିରାଟକାୟ ଅଟ୍ଟାଳିକା , ଅଜସ୍ର ବ୍ଯାଙ୍କ ବାଲାନ୍ସ ,ଅନେକ ଦୁଇଚକିଆ ଯାନ ଓ ଚାରି ଚକିଆ ଯାନର ମାଲିକ ଅଟନ୍ତି ଏହି ସମ୍ପାଦକ । ରାତାରାତି ବଡଲୋକ ହେଲେ କେମିତି ଏହି ବାବୁ ମହାଶୟ । ଯାହାଙ୍କୁ କୌଣସି ସମିତିରେ ଦେଖିବା ପାଇଁ ମିଳେ ନାହିଁ । ବାରମ୍ବାର ସମିତିରୁ ନିରାଶ ହୋଇ ଫେରିବାକୁ ପଡେ ଚାଷୁଙ୍କୁ । ଧାନ ମଣ୍ଡି କଥା କହିଲେ ନ ସରେ । ଚାଷୀଙ୍କ ପରିବର୍ତ୍ତେ ଧାନ ଦିଅନ୍ତି ବେପାରୀ ମାନେ । ଆଦାୟ ହୁଏ ମୋଟା ଅଙ୍କର କମିଶନ । ଚାଷୀଙ୍କ ସାର ପିଡିଆ ବାହାରେ ଚଢା ଦରରେ ବିକ୍ରୟ ହୁଏ । ଏହି ଦୁଇଟି ସମିତିରେ ପ୍ରବଳ ଚାଷୀ ଅସନ୍ତୋଷ । ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠେ ବାବୁ ଜଣକ ସେବା ଦେବା ପାଇଁ ଅଛନ୍ତି , ନା ସମିତିରୁ ସେବା ନେବା ପାଇଁ ଅଛନ୍ତି । ଏହାର ସତ୍ଯତା ଜାଣିବା ପାଇଁ ଯଥାଶୀଘ୍ର ଭିଜିଲାନ୍ସ ତଦନ୍ତ ହେବା ଉଚିତ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୯/୯/୨୦୨୨---- ୯,୨୦ Sakhigopal News,9/9/2022