ବନ୍ୟା ପରେ ଭାରତୀୟ ରେଡକ୍ରସ୍ ପକ୍ଷରୁ ସାବୁନ ବଣ୍ଟନ
ଡେଲାଙ୍ଗ ---- ବନ୍ୟା ପରବର୍ତ୍ତୀ ସଂକ୍ରମଣ ଜନିତ ଓ କୋଭିଡ୍ ର ଭୟାବହତା ରୁ ରକ୍ଷା ପାଇବା ପାଇଁ ଭାରତୀୟ ରେଡକ୍ରସ୍ ସୋସାଇଟି,ଓଡିଶା ରାଜ୍ୟଶାଖା ପକ୍ଷରୁ ଲାଇଫବୟ ସାବୁନ ପ୍ରଦାନ କରାଯାଇଛି । ଆଜି ଗାଦିବ୍ରହ୍ମ ମହାବିଦ୍ୟାଳୟ ରେଡକ୍ରସ ୟୁନିଟ୍ ଦ୍ୱାରା ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗେଲାସାହି ଗ୍ରାମର ପଚାଶ ରୁ ଉର୍ଦ୍ଧ ପରିବାରଙ୍କୁ ଏହି ସାବୁନ ବଣ୍ଟନ କାରାଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ. ସରୋଜ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ମାହାବିଦ୍ୟାଳୟ ରେଡକ୍ରସ୍ ୟୁନିଟ୍ ର ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡା ଏହି ବଣ୍ଟନ କାର୍ଯକୁ ପରିଚାଳନା କରିଥିଲେ। ରେଡକ୍ରସ ୟୁନିଟର ସ୍ୱେଛାସେବୀ କୈବଲ୍ୟ ,ଅମୀୟ,ହେମନ୍ତ,ଆକାଶ ପ୍ରଧାନ,ସୋନାଲିନ,ଶୁଭଲକ୍ଷ୍ମୀ,ସୋନାଲି,କସ୍ତୁରୀ,ମଧୁସ୍ମିତା,ପଦ୍ମିନି ଓ ଝରଣା ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଗ୍ରାମବାସୀ ରେଡକ୍ରସ୍ ଓଡିଶା ରାଜ୍ୟଶାଖା ସଚିବ ସି ଟି ଏମ୍ ସୁଗୁଣାଂଙ୍କୁ ଏହି ମହନୀୟ କାର୍ଯ୍ୟପାଇଁ କୃତଜ୍ଞତା ଜଣାଇଛନ୍ତି। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୯/୯/୨୦୨୨----୯,୧୦ Sakhigopal News,9/9/2022