ଜଟଣୀ ପ୍ରସିଦ୍ଧ ଗଣେଶ ପୂଜା, ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି ପୋଷ୍ଟ ଅଫିସ ବ୍ୟବସାୟୀ ସଂଘ
ଜଟଣୀ---- ଜଟଣୀ ପ୍ରସିଦ୍ଧ ଗଣେଶ ପୂଜା ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲିଟିଛି ପୋଷ୍ଟ ଅଫିସ ଛକ ବ୍ୟବସାୟ ସଂଘର ପାର୍ବଣ ପୂଜା। ଚଳିତ ବର୍ଷ ୬୦ ଫୁଟର ବାହୁବଳୀ ଏବଂ ପାର୍ଲାମେଣ୍ଟ ଡିଜିଟାଲ ଲାଇଟ ଗେଟ ଆକର୍ଷଣୀୟ ହୋଇଛି।କିଛି ଦିନର ବ୍ୟବଧାନ ପରେ ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ବେଶ ଯାକଜାମକରେ ପାଳନ ହୋଇଥିବା ଦେଖିବାକୁ ମିଳିଛି। ପୁରୁଖା ବ୍ୟକ୍ତିଙ୍କ ମତରେ ବହୁ ବର୍ଷ ପୂର୍ବେ ପୋଷ୍ଟ ଅଫିସ ଛକରେ ସୀତାରାମ ଅଗ୍ରୱାଲ ନାମକ ବ୍ୟବସାୟୀ ନିଜ ଘରେ ପ୍ରଥେମେ ଛୋଟ ଛୋଟ ତ୍ରିମୁର୍ତିଙ୍କୁ ନେଇ ପୂଜା ଆରମ୍ବ କରିଥିଲେ। କୌଣସି କାରଣରୁ ପୂଜା କିଛି ବର୍ଷ ବନ୍ଦ ହୋଇଯିବାପରେ ବ୍ୟବସାୟ ପ୍ରତିଷ୍ଠାନ ବୃଦ୍ଧି ହେବାରୁ ବ୍ୟବସାୟୀମାନେ ଏକତ୍ରିତ ହୋଇ ଥାନାଛକ ଠାରେ ସମୟ ସହିତ ତାଳଦେଇ ବଡ଼ ଆକାରରେ ପୂଜା କରି ଆସୁଥିଲେ। ଅନ୍ୟପଟେ ଥାନା ଛକଠାରେ ଦୀର୍ଘ ବର୍ଷ ପୂଜା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ୨୦୧୭ ମସିହାରୁ କିଛି ଉଦ୍ୟମୀ ବ୍ୟବସାୟୀ ଜଟଣୀ ଗଣେଶ ପୂଜାରେ ନିଜର ସ୍ୱତନ୍ତ୍ର ପରିଚୟ ପାଇ ପୁନଶ୍ଚ ସ୍ଥାନୀୟ ପୋଷ୍ଟ ଅଫିସ ଛକରେ ବେଶ ଯାକ ଯମର ସହିତ ପୂଜା କରି ଆସୁଛନ୍ତି।ଚଳିତ ବର୍ଷ ସବୁ ପ୍ରକାର ସାଜ ସଜ୍ଜା ବାଦ ୬୦ ଫୁଟ ଉଚ୍ଚର ବହୁବଳୀ ଏବଂ ପାର୍ଲାମେଣ୍ଟ ଏଲଇଡ଼ି ଗେଟ ସ୍ଥାନ ପାଇବାପରେ ଦର୍ଶକଙ୍କ ଭିଡ଼ ମାତ୍ରାଧିକ ପରିଲକ୍ଷିତହୋଇଛି। ତେବେ ଏନେଇ ପୋଷ୍ଟ ଅଫିସ ଛକ ବ୍ୟବସାୟୀ ସଂଘ ସମ୍ପାଦକ ମାନସ କୁମାର ମିଶ୍ର କହିଛନ୍ତି୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ପୂଜାରେ ଚଳିତ ଥର ବ୍ୟୟ ହେବା ନେଇ କମିଟି ଆକଳନ କରିଛି।ଗଣେଶ ଚତୁର୍ଥୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ସମୟରେ ଚୁଡା ଘଷା ସହିତ ବିଭିନ୍ନ ଫଳମୁଳ ଭୋଗ ଲାଗି ହେଉଥିବା ବେଳେ, ମଧ୍ୟାହ୍ନରେ ମାନସିକଧରିଙ୍କ ଦ୍ୱାରା ଖେଚୁଡ଼ି ଭୋଗ ଏବଂ ସନ୍ଧ୍ୟାରେ ପାଳି ଅନୁଯାୟୀ ବ୍ୟବସାୟୀ ବନ୍ଧୁ ବିଭିନ୍ନ ଭୋଗ ଲାଗି ଠାକୁରଙ୍କ ନିକଟରେ ନିଜ ଶକ୍ତି ଏବଂ ସାମର୍ଥ୍ୟ ମୁତାବକ କରାଯାଇଛି। ଗଣେଶ ପୂଜା ସମୟରେ ଉକ୍ତ ମଣ୍ଡପରେ ବିଭିନ୍ନ ଅଂଚଳର ମା ଭଉଣୀ ଅନନ୍ତ ବ୍ରତ ଏବଂ ସୁଦଶା ବ୍ରତ କରିଥାନ୍ତି। ପ୍ରତିଦିନ ସନ୍ଧ୍ୟରେ ଦର୍ଶକଙ୍କୁ ନିଜ ମଣ୍ଡପକୁ ଆକୃଷ୍ଟ କରିବା ପାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।ଚଳିତ ବର୍ଷ ସତ୍ୟନାରାୟଣ ବାଦୀ ପାଲା, ଭଜନ ସମାରୋହ ସହିତ ଓଡିଶା ସରକାରଙ୍କ କଳା ଏବଂ ସଂସ୍କୃତି ବିଭାଗ ସହାୟତାରେ ଓଡିଶାର ଲୋକ କଳାକୁ ନେଇ ମନଲୋଭା କାର୍ଯ୍ୟକ୍ରମ ଆୟୋଜିତ ହେବ। ସ୍ଥନୀୟ ବ୍ୟବସାୟୀ ସଂଘ ପୂଜା ମଣ୍ଡପ ଠାରେ ମୋ ଜଟଣୀ ପାର୍କ ଗତ କିଛି ମାସ ଧରି ଦର୍ଶକଙ୍କ ଆକର୍ଷଣ ସାଜିଥିବା ବେଳେ ପ୍ରତିଦିନ ଶହ ଶହ ଜନସାଧାରଣ ଆମୋଦପ୍ରୋମଦ ଏବଂ ସେଲ୍ଫି ଫଟୋ ଉଠାଇବା ପାଇ ଆସିଥାନ୍ତି। ଆସନ୍ତା ପୂଜା ସମୟରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି କମିଟି ଗଠନ କରାଯାଇ କମିଶନରେଟ ପୋଲିସ ସହିତ ୫୦ଜଣ ସ୍ଵେଛାସେବୀ ଲୋକଙ୍କ ସୁବିଧା ପାଇ ନିୟୋଜିତ ହେବା ନେଇ ବ୍ୟବସାୟୀ ସଙ୍ଘ ପକ୍ଷରୁ ସୂଚନା ମିଳିଛି।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୯/୨୦୨୨---୯,୪୦ Sakhigopal News,2/9/2022