ଅଣ ଗେଜେଟଟେଡ଼ କର୍ମଚାରୀ ସଂଘର ସଚେତନତା ଅଭିଯାନ
ଭଞ୍ଜନଗର --- ଭଞ୍ଜନଗର ଅଣ ଗେଜେଟେଡ଼ କର୍ମଚାରୀ ସଙ୍ଘର ଏକ କର୍ମଚାରୀ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଚାଲୁ ରହିଛି । ଆଗାମୀ ତା 18.9.2022ରିଖରେ ବ୍ରହ୍ମପୁର ଠାରେ ହେବାକୁ ଥିବା ବାର୍ଷିକ ସମ୍ମିଳନୀ କୁ ସଫଳ କରିବା ପାଇଁ ଏହି ଅଭିଯାନ ଓଡିଶା ଅମଲା ସଙ୍ଘ ଓ ଅଣ ଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତିର ମିଳିତ ଡ଼ାକରାରେ ଏହି ଜିଲ୍ଲା ସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି । ଉପଦେଷ୍ଟା ଶ୍ରୀ ଶୁଳପାଣି ଶତପଥୀ ଙ୍କ ନେତୃତ୍ୱରେ ସହରର ସମସ୍ତ ସରକାରୀ ଦପ୍ତର ମାନଙ୍କର ମୁଖ୍ୟ କର୍ମଚାରୀ ନେତା ମାନେ ଛାମୁଆ କର୍ମୀ ହିସାବରେ ଏଥିରେ ସାମିଲ ହୋଇଛନ୍ତି । ସର୍ବଶ୍ରୀ ଅଶୋକ ସାହୁ,ଜନାର୍ଦନ ମଲ୍ଲିକ,ଚିତ୍ତରଞ୍ଜନ ମଲ୍ଲିକ,ରତିକାନ୍ତ ତ୍ରିପାଠୀ, ପ୍ରଦୀପ କୁମାର ଗୌଡ଼,ଯୋଗୀ ସେଠୀ, ଶ୍ରଦ୍ଧାଞ୍ଜଳି ନାୟକ,ସୂର୍ଯ୍ୟମଣି ପ୍ରଧାନ,ମନୋରଞ୍ଜନ ଦାସ,ସଦାନନ୍ଦ ଶବର, ସୁବାଷ ମହାରଣା, ଲଡୁ କିଶୋର ବେହେରା, ସୀମାଞ୍ଚଳ ପଟ୍ଟନାୟକ, ଅଶ୍ୱିନୀ କୁମାର ଦାସ ପ୍ରମୁଖ କର୍ମଚାରୀ ନେତା ସହରର ବିଭିନ୍ନ ବିଭାଗ କାର୍ଯ୍ୟାଳୟ ମାନ ବୁଲି ସଚେତନତା କାର୍ଯ୍ୟ ଜାରି ରଖିଛନ୍ତି ।ଏଥିପାଇଁ ମଧ୍ୟ ଆବଶ୍ୟକ ଆର୍ଥିକ ସହଯୋଗ ଚାନ୍ଦା ଆଦାୟ କରାଯାଉଛି । ମୁଖ୍ୟତଃ ବନ ବିଭାଗ,ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ,ରାଜସ୍ବ ବିଭାଗ,ଜଳ ସମ୍ପଦ ବିଭାଗ, ପୂର୍ତ୍ତ ବିଭାଗ ଓ ଟ୍ରେଜେରୀ କାର୍ଯ୍ୟାଳୟ କର୍ମଚାରୀ ମାନେ ଏଥିରେ ଭାଗ ନେଇଛନ୍ତି ।ଏହି ସଂଗଠନକୁ ଅଧିକ ରୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଓ ସରକାରଙ୍କ ନିକଟରେ ସଂଘର ନ୍ୟାର୍ଯ୍ୟ ଦାବି ଉପସ୍ଥାପନ ସକାଶେ ଉପଦେଷ୍ଟା ଶ୍ରୀ ଶୁଳପାଣି ଶତପଥୀ ଅନୁରୋଧ କରିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୯/୨୦୨୨----୭,୨୫ Sakhigopal News,13/9/2022