ସମ୍ପାଦକ କୋଟିପତି ସମିତ ଭିକାରି
କଟକ--- ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାର ଗଠନ କରିଥିଲେ ସେବା ସମବାୟ ସମିତି । ଏହାକୁ ଯେ ପରିଚାଳନା କରନ୍ତି ସମ୍ପାଦକ । ଏମାନଙ୍କୁ ଗୋଟିଏ ଗୋଟିଏ ସମିତିରେ ଅବସ୍ଥାପିତ କରାଯାଇଥାଏ । କିନ୍ତୁ ଆଜିକାଲି ସମ୍ପାଦକମାନେ ଚାଷୀ ଓ ଚାଷର ଉନ୍ନତି ପରିବର୍ତ୍ତେ ନିଜର ଉନ୍ନତିକୁ ବେଶୀ ଗୁରୁତ୍ୱ ଦେଉଛନ୍ତି । ସେମାନେ ରାତାରାତି ବଡ ଲୋକ ବନୁଥିବା ବେଳେ ଭିକାରି ହେଉଛି ସମିତି । ଏପରି ଏକ ଘଟଣା ଘଟିଛି କଟକ ଜିଲ୍ଲାର ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ଵର ପଞ୍ଚାୟତର ବୈଦେଶ୍ଵର ମାଳିସାହି ସେବା ସମବାୟ ସମିତିରେ । ସମିତି ଗୃହର ଫଟୋରୁ ଏହା ସ୍ପଟ ଅନୁମେୟ । ସମିତିର ଗୃହ ଅତି ଦହନୀୟ , ଜରାଜୀର୍ଣ୍ଣ ,ବିପଦଜନକ ଅବସ୍ଥାରେ ରହିଛି । ହେଲେ ସମିତିର ସମ୍ପାଦକ ମହାଶୟ ବଢାଇ ଚାଲିଛନ୍ତି ତାଙ୍କ କୋଠା ପରେ କୋଠା । ବଢିଚାଲିଛି ବ୍ଯାଙ୍କ ବାଲାନ୍ସ , ସୁନା ଅଳଙ୍କାର, ଚାଷ ଜମି ସହିତ ଅନେକ ପ୍ଲଟ । ଏତେ କମ ସମୟ ମଧ୍ୟରେ ଏ ବାବୁ ଜଣକ କିପରି ରାତାରାତି ବଡଲୋକ ବନିଗଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୋଟିଏ ସମିତି ଚଳାଇବା କଷ୍ଟକର ହେଉଥିବା ବେଳେ ଏ ବାବୁ ଜଣକ ଦୁଇ ଦୁଇଟା ସମିତିରେ ସମ୍ପାଦକ ଅଛନ୍ତି। ଯଥାଶୀଘ୍ର ଭିଜିଲାନ୍ସ ସହିତ ବିଭାଗୀୟ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୧୩/୯/୨୦୨---୭,୩୦ Sakhigopal News,13/9/2022