Breaking News

ଆମ୍ଭ ଜାତିର ଅସ୍ମିତା " ଶ୍ରୀଫଳ '


ଡେଲାଙ୍ଗ : ଆମ୍ଭ ସ୍ୱାସ୍ଥ୍ୟ, ପରିବେଶ ଓ ସଂସ୍କୃତି ପ୍ରତି ନଡ଼ିଆ (ଶ୍ରୀଫଳ )ର ବହୁ ଅବଦାନ ଆଦିମ କାଳରୁ ରହିଆସିଛି । ନଡ଼ିଆ ଗଛର ପ୍ରତ୍ୟେକ ଜିନିଷ ଦେବ କାର୍ଯ୍ୟ ସହ ମାନବ କାର୍ଯ୍ୟ ରେ ଲାଗିପାରୁଛି ।ଦୁଇହଜାର ନଅ ମସିହାରେ ପ୍ରଥମଥର ଏସିଆନ ଆଣ୍ଡ ପାସିଫିକ କୋକୋନେଟ କଲଚର " ବିଶ୍ୱ ନାରିକେଳ ଦିବସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି ନିଷ୍ପତ୍ତିରେ ଅନ୍ୟ ଏସୀୟ ରାଷ୍ଟ୍ର ଏକମତ ହେବା ପରେ ସେପ୍ଟେମ୍ବର ଦୁଇ ତାରିଖ କୁ " ନାରିକେଳ ଦିବସ 'ଭାବେ ପାଳନ କରାଗଲା । ଇଣ୍ଡୋନେସିଆ, ଥାଇଲାଣ୍ଡ, ଭାରତ ପରେ ପରେ ଅନ୍ୟ ଇଉରୋପ ରାଷ୍ଟ୍ରମାନେ ମଧ୍ୟ ନାରିକେଳ ଦିବସ ପାଳନ କରି ଆସୁଛନ୍ତି । ନଡ଼ିଆଗଛ ସହିତ ଆମ୍ଭେ ଓତଃପ୍ରୋତଭାବେ ଜଡିତ ଥିବାରୁ ତଥା ପରିବେଶ ସୁରକ୍ଷା ଦୃଷ୍ଟିରୁ ବହୁଳ ନଡ଼ିଆ ଗଛ ଲଗାଇବା ପାଇଁ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପରିବେଶବିତ୍ ଆଇନଜୀବୀ ହୃଷୀକେଶ ପାଢ଼ୀ ନିବେଦନ କରିଛନ୍ତି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୯/୨୦୨୨----୮,୪୫ Sakhigopal News,2/9/2022

Blog Archive

Popular Posts