ଗୁଣି ସନ୍ଦେହରେ ଆକ୍ରମଣ , ବାପା ପୁଅ ଆହତ
ଧରାକୋଟ--- ପୋଲସରା ଥାନା ଅନ୍ତର୍ଗତ ଚିରିକି ପଡା ଶାସନ ଖଡାଲ ସାହିରେ ବିମଳ ନାହାକ ଙ୍କ ଘରକୁ ସାହିବସିନ୍ଧା ଆକ୍ରମଣ କରିଥିଲେ । ସାହିର କିଛି ବ୍ୟକ୍ତି କଛି ଦିନତଳେ ମୃତ୍ୟୁ ବରଣ କରିଥିଲେ । ବିମଳ ଗୁଣି କରୁଥିବା ସନ୍ଦେହରେ ସାହି ବସିନ୍ଧା ବାପ ଓ ପୁଅ କୁ ଆକ୍ରମଣ କରିଥିଲେ । ଖବର ପାଇ ପୋଲସରା ପୋଲିସ ପହଞ୍ଚି ବାପ ଓ ପୁଅ କୁ ଉଦ୍ଧାର କରିଥିଲେ । ବିମଳଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ପଠା ଯାଇଛି ।
ଗଞ୍ଜାମରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୧୭/୭/୨୦୨୧----୭,୩୦
Sakhigopal News,17/7/2021