Breaking News

ବକୁଳବନ ମହୋତ୍ସବ କମିଟି ପକ୍ଷରୁ ସେବା, ବୃକ୍ଷ ରୋପଣ ଓ ପୁସ୍ତକ ଉନ୍ମୋଚନ


  ସାକ୍ଷୀଗୋପାଳ ------ ବକୁଳବନ ମହୋତ୍ସବ କମିଟିର ପ୍ରତିଷ୍ଠାତା ଶଚୀକାନ୍ତ ବିଶ୍ୱାଳଙ୍କ ନିର୍ଦ୍ଦେଶକ୍ରମେ ଫଳ ବଣ୍ଟନ, ବୃକ୍ଷରୋପଣ ଓ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ପୁରୀ ସୁନ୍ଦର ଦାସ ମଠର ମହନ୍ତ ପର୍ଶୁରାମ ଦାସ ମହାରାଜ , ସାକ୍ଷୀଗୋପାଳ ମେଡିକାଲର  ଡ, ବାସନ୍ତୀ ଦେବୀ, ପ୍ରେସ କ୍ଳବ ସାକ୍ଷୀଗୋପାଳର ସଭାପତି ଧୀରେନ୍ଦ୍ର ସେନାପତି,  ବକୁଳବନ ମହୋତ୍ସବ କମିଟିର ସମ୍ପାଦକ ଯଯାତି କେଶରୀ ରାୟ ,ଶିକ୍ଷୟତ୍ରୀ ବିଶାଖା ଦେବୀ, ସୁଜତା ଦେବୀ, ଶିଶୁ କଳାକାର ସ୍ନେହାଶ୍ରଦ୍ଧା ପ୍ରଧାନ, ମହିଳାନେତ୍ରୀ ନିଲିମା ରଥ ପ୍ରମୁଖଙ୍କ ଉପସ୍ଥିତିରେ ସାକ୍ଷୀଗୋପାଳ  ଗୋଷ୍ଠୀ ସେବା କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

ପରେ ପରେ  ଅତିଥି ମାନେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ପରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରନ୍ତାକର ଜେନା ଓ ମମତା ଷଡଙ୍ଗୀଙ୍କ ସହଯୋଗରେ  ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ପଞ୍ଚସଖା ସ୍ମୃତି ପାଠଗାର ପରିସରରେ  କବୟତ୍ରୀ ତଥା ଶିକ୍ଷୟତ୍ରୀ ସୁନନ୍ଦା ମହାନ୍ତିଙ୍କ ଦ୍ୱାରା ରଚିତ ପୁସ୍ତକ “ପାପରୁ ଖିଏ ପୁଣ୍ୟ ନନିଏ” ଓ କବି ଶଚୀକାନ୍ତ ବିଶ୍ୱାଳଙ୍କ ଦ୍ୱାରା ରଚିତ ପୁସ୍ତକ “ଭକ୍ତ ଗୀତ” ଅତିଥି ମାନଙ୍କ ଦ୍ୱାରା ଦୁଇଟି ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ କୃପାନିଧି ପ୍ରଧାନ, ବିହାରୀ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଲିଙ୍ଗରାଜ ବର, ବାବୁଲି ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୭/୨୦୨୧---୭,୧୫ 

 Sakhigopal News, 17/7/2021


Blog Archive

Popular Posts