ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏକ ସଙ୍ଗେ ଛଅଟି ଯାଗରେ ନିର୍ବାଚନ ପ୍ରଚାର କଲେ
ଡେଲାଙ୍ଗ---- ପିପିଲିରେ ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନିର୍ବାଚନ ପ୍ରଚାର ସେତେ ସରଗରମ ହୋଇପଡିଛି । ବିଜେଡି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନରେ ପିପିଲି ବ୍ଳକ ଓ ଡେଲାଙ୍ଗ ବ୍ଳକରେ ଛଅଟି ଯାଗାରେ ଭର୍ଚୁଆଲ ମାଧ୍ୟମରେ ନିର୍ବାଚନ ପ୍ରଚାର କରିଛନ୍ତି । ଡେଲାଙ୍ଗ ବ୍ଳକର ରେଞ୍ଚ ଗ୍ରାମ ପଡିଆ, ଆଙ୍କୁଲା ଓ ରେଞ୍ଚ ଗ୍ରାମ ପଡିଆ ସହିତ ପିପିଲି ବ୍ଳକର କୁମାରେଶ୍ୱର, ଦାଣ୍ଡମକୁନ୍ଦପୁର ଓ ପାଟଶାହାଣୀପୁର ଠାରେ ଅନୁଷ୍ଠିତ ନିର୍ବାଚନ ପ୍ରଚାରେ ବିଜେଡି ପ୍ରାର୍ଥୀଙ୍କୁ ବିପୁଲ ସଂଖ୍ୟାରେ ଭୋଟ ଦେବାପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ମହିଳା ପୁରଷ ଯୁବକ ମାନଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ଡେଲାଙ୍ଗ ମାଟି ଏକ ପୁଣ୍ୟ ମାଟି ବୋଲି କହିବା ସହ ମହାତ୍ମାଗାନ୍ଦୀଙ୍କ କଥାକୁ ମନେପକାଇବା ସହ ବିଜୁ ବାବୁଙ୍କ କଥାକୁ ମନେପକାଇଥିଲେ । ରେଞ୍ଚ ଗ୍ରାମ ପଡିଆରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ପ୍ରିତି ରଞ୍ଜନ ଘଡେଇ, ଦେବୀ ରଞ୍ଜନ ତ୍ରିପାଠୀ, ପ୍ରମିଳା ମଲ୍ଳିକ, ମନ୍ତ୍ରୀ ପୁଷେନ୍ଦୁ ସିଂ ଦେଓଙ୍କ ସହିତ ପୁରୀ ବିଜେଡି ଦଳର ସଭାପତି ମହେଶ୍ୱର ମହାନ୍ତି ଓ ଡେଲାଙ୍ଗ ବ୍ଳକର ବିଜେଡି ସଭାପତି ବୈରାଗୀ ଜେନା ଓ ବିଭିନ୍ନ ଯୁବ, ମହିଳା ନେତ୍ରୀ ମାନେ ଉପସ୍ଥିତ ରହିଥିଲେ । ସେହିପରି ଆଙ୍କୁଲା ଠାରେ ଅନୁଷ୍ଠିତ ସଭାରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ, ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ପୂର୍ବତନ ମୁନିଦା ସରପଞ୍ଚନରେନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୪/୨୦୨୧---୯,୧୫