ବରଗଡ ଜିଲ୍ଲାରେ ପୁଣି ସାମ୍ବାଦିକଙ୍କୁ ଆକ୍ରମଣ,ଏସପି ଓଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ଓଡିଶା କର୍ମଜିବୀ ସାମ୍ବାଦିକ ସଙ୍ଘ
ବରଗଡ଼---- ରାଜ୍ୟ ରେ ଲକ୍ ଡାଉନ୍ ଜାରି ରହିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ସର୍ଗିବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିସିପାଳି ଗାଁରେ ମେସିନ ସାହାଯ୍ୟରେ ଏକ ମନରେଗା କାମ ଚାଲିଥିବାର ଖବର ପାଇ ସଂଜୀବ କୁମାର ମେହେର ନାମକ ଜଣେ କାର୍ଯ୍ୟରତ ସାମ୍ବାଦିକ ନିଜ ମୋବାଇଲରେ ଫୋଟୋ ଉଠାଇଥିଲେ । ମାତ୍ର ଉକ୍ତ ମନରେଗା କାମର ଦେଖାରେଖା କରୁଥିବା କୁଲମଣି ସାହୁ ଫୋଟୋ ଉଠାଇବାକୁ ବାରଣ କରି ସାମ୍ବାଦିକ ଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିଥିଲେ। ଠିକ ଏହି ସମୟରେ ସେଠାକୁ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ରାଜେସ ବହିଦାର(ବାବୁଲୁ) ପହଞ୍ଚି ସେ ମଧ୍ୟ ଅଶ୍ଳୀଳ ଭାଷା ରେ ଗାଳିଗୁଳଜ କରିବା ସହ ହାତରେ ଆଉ ବାଉଁଶ ବାଡ଼ିରେ ମାଡ଼ ମାରିଥିଲେ । ଏହା ସହ ଦୁଇଗୋଟି ମୋବାଇଲ ଫୋନ ଓ ସାମ୍ୱାଦିକ ପରିଚୟ ପତ୍ର ଲୁଟି ନେଇ ସାମ୍ୱାଦିକ ଜଣକୁ ଟାଣି ଟାଣି ଗାଁ ମଝିକୁ ନେଇ ଯାଇଥିଲେ । ସେଠାରେ ସମର୍ଥକକୁ ଡାକି ଏ ସାମ୍ୱାଦିକ ପାଇଁ କାମ ଯେ ବନ୍ଦ ହୋଇଯିବ ବୋଲି ପ୍ରବର୍ତ୍ତାଇ ପ୍ରବଳ ମାତ୍ରାରେ ମାନସିକ ନିର୍ଯାତନା ଦେବାସହ ପାଞ୍ଚଲକ୍ଷ ଟଙ୍କା ଦାବିକରିଥିଲେ। ଘଟଣା ସମ୍ପର୍କରେ ସାମ୍ୱାଦିକଙ୍କ ଭାଇ ଜାଣିଲା ପରେ ଚାରିଜଣ ଲୋକଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଞ୍ଚି ରାଜେଶ ବହିଦାରକୁ ସାମ୍ୱାଦିକଙ୍କୁ ଛାଡି ଦେବା ପାଇଁ ଅନୁରୋଧ କରିଥିଲେ। ମାତ୍ର ରାଜେଶ ବହିଦାର ପାଞ୍ଚଲକ୍ଷ ଟଙ୍କା ନଦେଲେ ଜୀବନରୁ ମାରିଦେବା ପାଇଁ ଧମକ ଦେବାରୁ ସେମାନେ ତିରିଶି ହଜାର ଟଙ୍କା ଦେବାପାଇଁ ସ୍ଥିର କରିଥିଲେ । ଏବଂ ଘଟଣା ସ୍ଥଳରେ ରାଜେଶକୁ ଦଶ ହଜାରଟଙ୍କା ଅଗ୍ରୀମ ଦେଲା ପରେ ସାମ୍ୱାଦିକ ଜଣକୁ ଗାଁରୁ ଛାଡି ଥିଲେ। ସାମ୍ବାଦିକ ଜଣଙ୍କୁ ଏକ ସାଧା କାଗଜରେ ଥାନାରେ କେସ କରିବି ନାହିଁ ବୋଲି ଲେଖେଇ ନେଇ ଥିବା ସାମ୍ବାଦିକ ଜଣକ ସୋମବାର ସନ୍ଧ୍ୟାରେ ପଦ୍ମପୁର ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତି କରି ପଦ୍ମପୁର ଥାନାରେ ଏକମାମଲା ରୁଜୁ ହୋଇଛି।ଏହିଘଟଣାର ପ୍ରତିବାଦରେ ଆଜି ବରଗଡ଼ରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନଙ୍କ ଜରିଆରେ ସଚିବ ପଞ୍ଚାୟତରାଜ ବିଭାଗ ଓଡିଶା ସରକାର,ଭୁବନେଶ୍ବରଙ୍କୁ ଏହାର ଏକ ନିରପେକ୍ଷ ତଦନ୍ତଦାବୀ ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁଙ୍କୁ ମଧ୍ୟ ସାମ୍ବାଦିକ ଆକ୍ରମଣ ଘଟଣାର ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗହଣ ପାଈଁ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବିପତ୍ର ପ୍ରଦାନ ସମୟରେ ଓଡିଶା କର୍ମଜିବୀ ସାମ୍ବାଦିକ ସଂଘ ଓଡିଶାର ରାଜ୍ୟ ଉପ ସଭାପତି ଆଶୁତୋଷ ରଥ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୋତିଲାଲ ବାଗ,ବରଗଡ ଜିଲ୍ଲାଶାଖାର ଜିଲ୍ଲା ସଭାପତି ତ୍ରିବିକ୍ରମ ତ୍ରିପାଠୀ,ସଂପାଦକ ପରମାନନ୍ଦ ମିଶ୍ର,ଉପ ସଭାପତି ହିମାଂଶୁ ନନ୍ଦ,ସହ ସଂପାଦକ ନବୀନ ଦାଶ ଏବଂ ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ସୁବ୍ରତ ବିର୍ତ୍ତିଆ,ଜଗବନ୍ଧୁ ସାହୁ,କ୍ଷୀରୋଜ ନାୟକ,ସୁନାଧର ଭୋଇ,ଆକାଶ ମେହେର,ଚୈତନ୍ୟ ବାଗ,ସଞ୍ଜୀବ ଲୁହା,ସୁଜିତ ବେହେରା,ଧରଣୀ ବାରିକ,ଆକାଶ ମିଶ୍ର,ଜନୈକରାମ ଦାଶ,ଅସିତ କୁମାର ସ୍ବାଇଁ ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ସାମ୍ୱାଦିକକୁ ନ୍ୟାୟ ନ ମିଳିଲେ ଘୋର ଆନ୍ଦୋଳନ ହେବ ବୋଲି ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟଉପସଭାପତି ଆଶୁତୋଷ ରଥ କହିଛନ୍ତି।