Breaking News

ଏକ ଲକ୍ଷ ୮୫ହଜାର ୩୫୩ ଜଣ ହିତାଧିକାରୀ ଙ୍କୁ ୩୮କୋଟି ୧୧ ଲକ୍ଷ ୧୬ହଜାର ଟଙ୍କା ପ୍ରଦାନ


ପୁରୀ----- ଲକ ଡାଉନ କୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ବିଭିନ୍ନ ଯୋଜନାରେ ହିତାଧିକାରୀ ଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାମାଜିକ ସୁରକ୍ଷା ଯୋଜନା ଅଧୀନ ରେ ଏକ ଲକ୍ଷ ୮୫ହଜାର୩୫୩ ଜଣ ହିତାଧିକାରୀ ଙ୍କୁ ୩୮ କୋଟି ୧୧ ଲକ୍ଷ ୧୬ ହଜାର ଟଙ୍କା ପ୍ରଦାନ କରାଯାଇଛି। ଆଉ ବାକି ଥିବା୧୨ ହଜାର ୮୫୧ଜଣ ହିତାଧିକାରୀ ଙ୍କୁ ଦୁଇ ଦିନ ଭିତରେ ସମସ୍ତ ଟଙ୍କା ପ୍ରଦାନ କରାଯିବ। ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ଏ ପର୍ଯ୍ୟନ୍ତ୯୦ ହଜାର ୯୬୩ ପରିବାର କୁ ୫୨5ହଜାର ୭୪୪ କ୍ୱିଣ୍ଟାଲ ଚାଉଳ ବଣ୍ଟନ କରାଯାଇଛି। ଆଉ ବାକି ରହିଥିବା ଦୁଇ ଲକ୍ଷ ୬୧ହଜାର ୨୯୭ଟି ପରିବାର କୁ ୩ ତାରିଖ ସୁଧା ଚାଉଳ ପ୍ରଦାନ କରାଯିବ। ସେହିପରି ଏ ପର୍ଯ୍ୟନ୍ତ ୩ରୁ ୬ବର୍ଷ ବୟସ ଥିବା ୩୯ହଜାର ୨୯୧ଜଣ ପିଲା ଙ୍କୁ ଚାଉଳ , ଡାଲି , ତେଲ , ଆଳୁ ଓ୫ ଟି ଲେଖାଏଁ ଅଣ୍ଡା ପ୍ରଦାନ କରାଯାଇଛି । ସେହିପରି ଆଜି ଠାରୁ ଗର୍ଭବତୀ , ପ୍ରସୂତି ଓ ୬ମାସରୁ ୩ବର୍ଷ ର ପିଲା ମାନଙ୍କୁ ଛତୁଆ ବଣ୍ଟନ କରାଯିବ। ସେହିପରି ପୁରୀ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୨୨୬୨ଜଣ ଅସହାୟ ଙ୍କୁ ରନ୍ଧା ଖାଦ୍ୟ , ୨୦୭୫ରହିବା ଓ ଖାଇବା ବ୍ୟବସ୍ଥା , ୫୪ ଜଣ ପର୍ଯ୍ୟଟକ ଙ୍କୁ ଖାଦ୍ୟ ଯୋଗାଣ , ୬୩ ଜଣ ବଂଜାରା ଙ୍କୁ ଖାଦ୍ୟ ପ୍ରଦାନ ଏବଂ ୧୭୧ଜଣ ଶ୍ରମିକ ଙ୍କୁ ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts