Breaking News

କୋଣାର୍କ ଓଡିଶା ପରିବାର ପକ୍ଷରୁ ବନ୍ଧୁ ମିଳନ ଓ କବିତା ଆସର


କୋଣାର୍କ ---- ସୋସିଆଲ ମିଡିଆ ଫେସବୁକର ବନ୍ଧୁମାନଙ୍କୁ ନେଇ ୨୦୧୪ ମସିହାରେ ସୃଷ୍ଟି ହୋଇଥିବା ‘କୋଣାର୍କ ଓଡିଶା ପରିବାର’  ପକ୍ଷରୁ ଆଜି ରବିବାର ପୂର୍ବାହ୍ନରେ କୋଣାର୍କ-ପୁରୀ ବେଳାମାର୍ଗସ୍ଥ ମା’ ରାମଚଣ୍ଡୀଙ୍କ ପୀଠ ନିକଟରେ ସପ୍ତମ ବାର୍ଷିକ ବନ୍ଧୁମିଳନ, କବିତା ଆସର ଅନୁଷ୍ଠିତ ହୋଇଯାଇଛି । ‘କୋଣାର୍କ ଓଡିଶା ପରିବାର’ ସଂଯୋଜକ ବିଚିତ୍ର ମହାପାତ୍ରଙ୍କ ପ୍ରଚେଷ୍ଠାରେ  ଓଡିଶାର ବିଭିନ୍ନ ସ୍ଥାନରୁ ଅବସରପ୍ରାପ୍ତ ଓ କାର୍ଯ୍ୟରତ ପ୍ରଶାସକ, କବି, ଲେଖକ, ଯୁବଗୋଷ୍ଠୀ, ସମାଜସେବୀ ଓ ସାମ୍ବାଦିକମାନେ ସାମିଲ ହୋଇଥିଲେ ।  ଏହି ପରିବାରର ସଦସ୍ୟ ନିରାକାର ନାୟକଙ୍କ ବିୟୋଗରେ ଏକ ମିନିଟ ନିରବ ପ୍ରାର୍ଥନ କରାଯିବା ପରେ ନିଜ ନିଜ ମଧ୍ୟରେ ପରିଚୟ ପର୍ବ ଓ କବି ହେବାର ପ୍ରବୃତ୍ତି ସମ୍ପର୍କରେ ଅବଗତ କରାଇଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅତିଥିରୂପେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ତଥା କବି ନିରଞ୍ଜନ ସେଠୀ ଯୋଗ ଦେଇଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଶ୍ରୀପର୍ଣ୍ଣାର ସମ୍ପାଦକ କବି ଉମାକାନ୍ତ ମହାପାତ୍ର, କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବିନ୍ଦ୍ରନାଥ ବାହୀନିପତି, ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରବଚକ ଦୟାନିଧି ତ୍ରିପାଠୀ, କବି ବିଜୟ ପୃଷ୍ଟି, କବି ପ୍ରଫୁଲ୍ଲଚନ୍ଦ୍ର ମିଶ୍ର, ଶିଶୁ ସାହିତ୍ୟିକ ବିପିନିବିହାରୀ ନାୟକ, ଓ କବୟିତ୍ରୀ ସ୍ୱର୍ଣ୍ଣଲତା ତ୍ରିପାଠୀ, ସୁଜାତା ସିହ୍ନା, ଗୀତା ପଟ୍ଟନାୟକ, ତପସ୍ୱିନୀ ବେହେରା, ଶ୍ରବାଣୀ ଦାଶଙ୍କ ସମେତ ଅନ୍ୟମାମନେ ଉପସ୍ତିତ ରହି ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଏଠାରେ ବଣ ଭୋଜିର ଆୟୋଜନ କରାଯାଇଥିବା ବେଳେ ‘କୋଣାର୍କ ଓଡିଶା ପରିବାର’ ସଦସ୍ୟମାନେ ମା’ ରାମଚଣ୍ଡୀଙ୍କ ଦର୍ଶନ ସହିତ କୋଣାର୍କର ସୂର୍ଯ୍ୟ ମନ୍ଦିର ଭ୍ରମଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଭ୍ରାଶୁ ସେଠୀ ପରିଚାଳନା କରିଥିଲେ ।
 କୋଣାର୍କରୁ ଅଜିତ କୁମାର ମଲିକ 

Blog Archive

Popular Posts