Breaking News

ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟରେ କ୍ରୀଡ଼ା ପତିଯୋଗୀତାର ଉଦଯାପନୀ ଉତ୍ସବ



ନୟାଗଡ଼   ----ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଥିବା ରାଧାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । ଖେଳ ପରିଚାଳନା କରିଥିଲେ ବିଷ୍ଣୁ ପ୍ରିୟା ପଣ୍ଡା, ଦୟାନିଧି ମହାପାତ୍ର, ରମେଶ ଚନ୍ଦ୍ର ସାହୁ, ଝରଣା ସାହୁ  ସନ୍ତୋଷ କୁମାର ମହାପାତ୍ର ଓ  ଜ୍ୟୋତି ପ୍ରକାଶ ପ୍ରଧାନ। କୃତି ଛାତ୍ରୀ ମାନଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବା ସହ  ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ମହାପାତ୍ରଙ୍କ ଦ୍ଵାରା  ପ୍ରଦତ ଚମ୍ପିଆନ  ପୁରସ୍କାର ନଗଦ ୧୦୦୦ଟଙ୍କା ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି ।
ବରିଷ୍ଠ ବିଭାଗର ଚାମ୍ପିୟନ - କାଜଲ ସାହୁ -ଦଶମଶ୍ରେଣୀ   ଓ ସେବତୀ ଜାନି - ନବମ ଶ୍ରେଣୀ କନିଷ୍ଠ ଚାମ୍ପିୟନ - ଭାରତୀ ବେହେରା   ଷଷ୍ଠ ଶ୍ରେଣୀ ।ଆଜିର କ୍ରୀଡ଼ା ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଥିଲେ ଡ଼କ୍ଟର  ବସନ୍ତ କୁମାର ନାୟକ, ବ୍ଲକ ଶିକ୍ଷାଅଧିକାରୀ, ଓଡଗାଁ ।ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।  ବରିଷ୍ଠ ଏବଂ କନିଷ୍ଠ ଦୁଇଟି ବିଭାଗରେ ମୋଟ ୧୧ଟି ଲେଖାଏଁ କ୍ରୀଡ଼ା ପ୍ରତିଯୋଗିତା କରାଯାଇଥିଲା ।  ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିପ୍ରିୟା ଦେବୀ ସୂଚନା ଦେଇଛନ୍ତି। ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts