ଜାପାନ ଯିବା ଅପକ୍ଷୋରେ ଦଶମ ଶ୍ରେଣୀର ଓଡିଆ ଛାତ୍ରୀ
ବରୀ---- ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ନୂଆଗାଁ ସ୍ଥିତ ନବ ଭାରତୀ ବିଦ୍ୟା ଭବନର ୧୦ମ ଶ୍ରେଣୀ ଛାତ୍ରୀ ବିଜୟନୀ ପାଢୀ ଜାପାନ ଗସ୍ତରେ ଯିବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ଏନେଇ ସମଗ୍ର ବରୀ ଅଞ୍ଚଳରେ ଛାତ୍ରୀଙ୍କର କୃତିତ୍ୱକୁ ନେଇ ଉତ୍ସାହ ପ୍ରକାଶ ପାଇଛି । ଛାତ୍ରୀ ବିଜୟନୀ ପେଟ୍ରୋଲିୟମ କନଜରଭେସନ ରିସର୍ଚ ଆସୋସିଏସନ ପକ୍ଷରୁ ଆୟୋଜିତ ଓଡିଆ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଭାଗ ନେଇ ରାଜ୍ୟ ସ୍ତରକୁ ମନୋନିତ ହୋଇଥିଲେ । ରାଜ୍ୟ ସ୍ତରରେ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ସର୍ବଭାରତୀୟ ସ୍ତରରେ ଓଡିଆ ଭାଷାରେ ପ୍ରଥମ ସ୍ଥାନ ଅଧିକାର କରି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ସଚିବ ଏମ.ଏସ କୁଟ୍ଟିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବୁଧବାର ନବ ଭାରତୀ ବିଦ୍ୟା ଭବନ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସ୍ୱରୁପା ରାଣି ଦାସ ସଭାପତିତ୍ୱ କରିଥିଲେ । ବିଦ୍ୟା ଭବନ ପକ୍ଷରୁ ଛାତ୍ରୀ ବିଜୟନୀଙ୍କୁ ସମ୍ବଦ୍ଧିତ କରାଯାଇଛି । ଏହି ପୁରସ୍କାର ପାଇଁ ବିଦ୍ୟା ଭବନର ପ୍ରଧାନ ଶିକ୍ଷୟତ୍ରୀ ସଂଜୁଲତା ଦା. ଶିକ୍ଷୟତ୍ରୀ,ଶିକ୍ଷକ ଓ ପିତାମାତାଙ୍କୁ ବିଜୟନୀ କୃତଜ୍ଞତା ଜଣାଇଛନ୍ତି । ଆସନ୍ତା ଜୁନ ମାସରେ ବିଜୟନୀ ପେଟ୍ରୋଲିୟମ କନଜରଭେସନ ରିସର୍ଚ ଆସୋସିଏସନ ପକ୍ଷରୁ ଜାପାନ ଯିବା ପାଇଁ ସ୍ଥିର ହୋଇଥିବା ଜଣାପଡିଛି ।
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ