ମଣିଜଙ୍ଗାରେ ଜିଲା ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ;
ଚାଷୀଙ୍କ ସମସ୍ୟାଙ୍କ ପ୍ରତି ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଅଭିଯୋଗ ଆଣିଲେ ଚାଷୀ
କୁଜଙ୍ଗ----- ଓଡିଶା ସରକାର ଜଳସମ୍ପଦ ବିଭାଗ ତରଫରୁ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଜଳସମ୍ପଦ କାର୍ଯାଳୟ ପରିସରରେ ବୁଧବାର ଜିଲା ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭାୟୀୟ ମନ୍ତ୍ରୀ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କୁ ନିମନ୍ତ୍ରଣ ହୋଇଥିବା ବେଳେ ସେମାନେ କେହି ଏଥିରେ ଯୋଗଦେଇନଥିଲେ । ଜିଲାପାଳ ଓ ଅତିଥି ମାନେ ଫିତା କାଟି ଉତ୍ସବକୁ ଉଦ୍ଘାଟନ କରିଦେଇଥିବାରୁ ପାରାଦ୍ୱୀପ ବିଧାୟକ ଶ୍ରୀ ରାଉତରାୟ ଉତ୍ସବକୁ ନଆସି ବାଟରୁ ଫେରିଯାଇଥିଲେ । ଏହାକୁ ନେଇ ବିଧାୟକ ଆସିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଉଦ୍ଘାଟନ ଓ ସଭା କାର୍ଯ୍ୟ କାହିକିି ଆରମ୍ଭ କରାଗଲା ବୋଲି ବିଧାୟକଙ୍କ ସମର୍ଥକ ମାନେ ପ୍ରତିବାଦକରି ସଭା ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ଲାଇନ ଓ ଜେନେରେଟର ଆଦି ବନ୍ଦ କରିଦେଇଥିଲେ । ଏଥିପାଇଁ କିଛି ସମୟ ପର୍ଯ୍ୟନ୍ତ ସଭାକାର୍ଯ୍ୟ ବନ୍ଦ ରହିଥିଲା । ଉପସ୍ଥିତ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଚେୟାର ପଛକୁ ଆସି କିଏ ମାଇକ ବନ୍ଦ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଏସମ୍ପର୍କରେ ପୁଲିସକୁ ସୁଚନା ଦେଇଥିଲେ । ଏହାପରେ ସଭାକାର୍ଯ୍ୟ ସୁରୁଖୁରେ ଚାଲିôଥିଲା । ଚାଷୀ ମାନେ ବକ୍ତବ୍ୟ ରଖି ପାଣି ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ଚାଷୀ ମାନଙ୍କୁ ହତାଶ ହେବାକୁ ପଡୁଛି ବୋଲି ଅଭିଯୋଗ କରିଥିଲେ । ପାଣି ପଞ୍ଚାୟତ ଅଧିନରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଠିକାଦାରଙ୍କୁ ଦିଆଯାଉଥିବା ଓ କାର୍ଯ୍ୟ ଠିକ ହେଉନଥିବା ଅଭିଯୋଗ ବାଢିଥିଲେ । ଏଥିରେ ଜିଲାପାଳ ଶ୍ରୀ ମହାପାତ୍ର ସଭାପତିତ୍ୱ କରି ତାଙ୍କ ବକ୍ତବ୍ୟରେ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ପାଣିପଞ୍ଚାୟତର ନିର୍ବାଚିତ କର୍ମକର୍ତ୍ତା ଓ ସଂପୃକ୍ତ ସମସ୍ତ ବିଭାଗର ଅଧିକାରୀଙ୍କ ସହିତ ଏକ ବୈଠକ ଫେବୃଆରୀ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ବାଷୀ ମାନଙ୍କୁ ଆଶ୍ୱାସନା ଦେଇଥିଲେ । ମୁଖ୍ୟଅତିଥି ଜଗତସିଂହପୁର ଜିଲାପରିଷଦ ଅଧ୍ୟକ୍ଷା ପ୍ରୀୟଦର୍ଶୀନି ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ଏରସମା ବ୍ଲକ ଅଧ୍ୟକ୍ଷ ପ୍ରଣବ ପ୍ରକାଶ ସ୍ୱାଇଁ, ଜଳସମ୍ପଦ ବିଭାଗ ସାଉଥ ଡିଭିଜନ ନିର୍ବାହୀ ଯନ୍ତ୍ରୀ ବସନ୍ତ ରାଉତ, ନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ମହାନ୍ତି, ଏମସିଆଇର ନିର୍ବାହୀ ଯନ୍ତ୍ରୀ ଜୟଦେବ ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ବଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଦେବିପ୍ରସାଦ ନନ୍ଦ ପାଣିପଞ୍ଚାୟତ ପକ୍ଷ ଗଠନ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ସଭାକୁ ଅମରଜ୍ୟୋତି ସାହୁ ସଂଯୋଜନା କରିଥିବାବେଏହି କାର୍ଯ୍ୟକ୍ରମକୁ ଜଳସମ୍ପଦ ବିଭାଗ ଏସଡିଓ ଚିନ୍ମୟ ମହାନ୍ତି, ରାଜେଶ ମହାନ୍ତି, ଦେବେନ୍ଦ୍୍ର ଜେନା, ସହକାରୀ ଯନ୍ତ୍ରୀ କୈଳାସ ବେହେରା, ନରେନ୍ଦ୍ର କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ । ତାପସ ସେଠୀ, ଗଗନ ଖଣ୍ଡୁଆଳ, ସୌରଭ ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥେôଲ । ପ୍ରାରମ୍ଭରେ ଜିଲା କୃଷି ବିଜ୍ଞାନ କେନ୍ଦ୍ର, କୃଷି ବିଭାଗ, ପଶୁସମ୍ପଦ ବିଭାଗ, ଉଦ୍ୟାନ କୃଷି ବିଭାଗ ତରଫରୁ ଖୋଲାଯାଇଥିବା ଷ୍ଟଲକୁ ଜିଲାପାଳ ଉଦଘାଟନ କରିଥିଲେ । ଏହି ଅବସରରେ ବିଭିନ୍ନ ପାଣିପଞ୍ଚାୟତ ଅଧିନ ଶ୍ରେଷ୍ଠ ଚାଷୀ ଓ ପାଣିପଞ୍ଚାୟତ ବିଷୟକୁ ନେଇ ଅନୁଷ୍ଠିତ ଜିଲାର ବିଭିନ୍ନ ବିଦ୍ୟାଳୟ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।
ଜଗତସିହପୁରରୁ ପ୍ରଳୟ କୁମାର ମହାପାତ୍ର