Breaking News

ଗୁଆଳିପଡା ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟନ

ଡେଲାଙ୍ଗ----- ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତର ଆଲୋକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ସରକାରୀ ଧାନ ମଣ୍ଡି ଉଦଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସମବାୟବିତ୍ତ ବୈରାଗୀ ଜେନା, ପୁରୀ ନିମାପଡା କେନ୍ଦ୍ର ବ୍ୟାଙ୍କର ଡେଲାଙ୍ଗ ଶାଖାର ପରିଚାଳକ ଲକ୍ଷ୍ମୀନାରାୟଣ ମିଶ୍ର, ସମବାୟ ମସିତିର ସୁପରଭାଇଜର ପ୍ରଫୁଲ ସ୍ୱାଇଁ, ଶ୍ୟାମ ସୁନ୍ଦର ମୁଦୁଲି, ସମବାୟ ସମିତିର ସଭାପତି ଅଧିକାରୀ ପ୍ରଧାନ, ଗୁଆଳିପଡା ସରପଞ୍ଚ କାଳନ୍ଦୀ ଜେନା, ସମିତିର ସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା ଓସରୋଜ କୁମାର ମିଶ୍ର, ବିଶ୍ୱନାଥ ମହାପାତ୍ର, ମାଧବ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ଧାନ ମଣ୍ଡି ଉଦଘାଟନ ହୋଇଥିଲା  । ପ୍ରଥମ ଦିନରେ ୧୫ଜଣ ଚାଷୀଙ୍କ ଠାରୁ ୩୩୪ କୁଇଣ୍ଟାଲ ଧାନ କିଣା ଯାଇଥିବା ଜଣାପଡିଛି । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts