Breaking News

ଅତାବିରା ଥାନା ଗାଡ଼ିର କାଗଜପତ୍ର ଠିକ ନାହିଁ, ଫାଇନି ଆଦାୟ କରିବ କିଏ


N das
Baragarh 

  ବରଗଡ଼---- ଅତାବିରା ପୋଲିସ ଗାଡ଼ିର କାଗଜପତ୍ର ଠିକ ନାହିଁ।ଏମାନଙ୍କ ଠାରୁ ଜୋରିମାନା ଆଦାୟ କରିବ କିଏ ଏବେ ବରଗଡ଼ ରେ ବଡ଼ ପ୍ରଶ୍ନ ହୋଇଛି ? । ରାଜ୍ୟ ସରକାର ଟ୍ରାଫିକ ନିୟମ କଡାକଡି କରିବା  ପରେ ପୋଲିସ ଓ ରାଜ୍ୟ ପରିବହନ ନିଗମର ଅଧିକାରୀ ମାନେ ବିଭିନ୍ନ ଯାଗାରେ ଗାଡି ମଟରର କାଗଜ ପତ୍ର ଯାଞ୍ଚ କରୁଛନ୍ତି ।  କାଗଜ ପତ୍ର ସଠିକ ନଥିବା ଓ ହେଲମେଣ୍ଟ , ବେଲଟେ ବାନ୍ଧି ନ ଥିବା, ନିଶା ସେବନ କରି ଗାଡି ଚାଳକଙ୍କ  ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି ।ହେଲେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଗାଡିର କାଗଜପତ୍ର ସଠିକ ନଥିବାର ଜଣା ପଡ଼ିଛି। ଯାହା ନେଟ ଜରିଆରେ ରାଜ୍ୟ ସରକାର ଦେଇଥିବା ଆପ ରୁ ଜଣାପଡିଛି ।  ଓଆର - ୦୫-ଏଆର -୦୧୪୯ନଂ ଅତାବିରା ପୋଲିସ ବୋଲେରୋ ଗାଡିର ଇଂସ୍ୟୁରାନ୍ସ ୩୧ମାର୍ଚ୍ଚ ୨୦୧୨ ରୁ ସରିଯାଇଛି । ଆଜି ପର୍ଯନ୍ତ ଇଂସ୍ୟୁରାନ୍ସ ଟିଏ କରାଯାଇ ନାହିଁ।ହେଲେ ଏଇ ଗାଡ଼ିରେ ବସି ଅତାବିରା ପୋଲିସ ବାବୁ ମାନେ ବିଭିନ୍ନ ଘଟଣା ତଥା ରାସ୍ତା ଘାଟରେ ବିଭିନ୍ନ ସମୟରେ କେତେବେଳେ ଆର୍ଟିଓ ଏମ୍ ଭିଆଇ ଙ୍କ ମିଳିତ ପ୍ରୟାସରେ ତ ଆଉ କେତେବେଳେ ନିଜେ ନିଜର ଥାନା ଟିମ ସାହାଯ୍ୟରେ ରାସ୍ତା ଘାଟରେ ଯାଞ୍ଚ କାର୍ଯ୍ୟକ୍ରମ କରି  କାଗଜପତ୍ର ଠିକ ନଥିବା  ତଥା ନିୟମ ମୁତାବକ ରହୁନଥିବା ଲୋକଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଛନ୍ତି। ତେବେ ଗତକାଲି ରାତି ପାଖାପାଖି ୧୦.୩୦ଟା ସମୟରେ ଅତାବିରା ବସଷ୍ଟାଣ୍ଡ ରେ ରଙ୍ଗ ୱେ ପଟରୁ ଆସି ସମ୍ବଲପୁର-ବରଗଡ଼ ୱେ ରେ ମେନ ରୋଡ଼ରେ ଯାଉଥିବା ଏକ ପେପର୍ ବୋଝେଇ ଗାଡ଼ିରେ ଅତାବିରା ପୋଲିସ ଗାଡ଼ିରେ ମୁହାଁମୁହିଁ ହୋଇଥିଲା ଓ ଅଳ୍ପକେ ବର୍ତ୍ତି ଯାଇଥିଲେ ଲୋକେ।  ସେଇ ସମୟରେ ଥାନା ଗାଡିର ନମ୍ବରକୁ ନେଟ ସାହଯ୍ୟରେ ଆର୍ଟିଓ ଆପ ରେ ସର୍ଚ୍ଚ କରି ଦେଖିବାରୁ ପୋଲିସ ଗାଡିର ଇଂସ୍ୟୁରାନ୍ସ ନାହିଁ। ତେବେ ଏମାନଙ୍କୁ କିଏ କରିବ ଜୋରିମାନା?ଏମାନଙ୍କ ପାଇଁ କୋଉ ଦଣ୍ଡ ରହିଛି। ବରଗଡ଼ ଜିଲ୍ଲା ଏସପି ଓ ରାଜ୍ୟ ପରିବହନ ଏହି ଦୁର୍ଘଟଣା ଗାଡି ଉପରେ କେତେ ଟଙ୍କା ପାଇନି ଲଗାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।  ଅତାବିରା ଏକ ମାତ୍ର ଥାନା ଜାତୀୟ ରାଜପଥ କଡରେ ଅବସ୍ଥିତ। ଯୋଉ ଥାନାରେ କି ବିଗତ ଦିନ ମାନଙ୍କରେ ବଡ଼ ବଡ଼ ଆୱାଡ଼ ପାଇଥିବା ଅଫିସର ମାନେ ରହିଆସୁଥିଲେ।ଏବେ କିନ୍ତୁ ଥାନାଟି  ଅବହେଳିତ ହୋଇ ପଡି ରହିଛି ।  
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts