Breaking News

ଲାଦେରପାଳିରେ ନିଆରା ଢଙ୍ଗରେ ନବ ବର୍ଷ


N Das
Baragarh
 ବରଗଡ଼ ---- ଲାଦେର ପାଳିରେ ନିଆରା ପରମ୍ପରାରେ ନବ ବର୍ଷକୁ ସ୍ୱାଗତ,ଭୋଜି ଭାତ ମଜା ମସ୍ତିରେ ଯୁବ ସମାଜ ନବବର୍ଷକୁ ସ୍ୱାଗତ କରିଛନ୍ତି ।  ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ଲାଦେର ପାଳିର ଯୁବ ସମାଜ ପକ୍ଷରୁ ନିଆରା ଢଙ୍ଗରେ ନବବର୍ଷକୁ ସ୍ୱାଗତ କରାଯାଇଛି।  ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଯୁବ ସମାଜ ଅଞ୍ଚଳର ପ୍ରାୟ ଆଖପାଖ ଗ୍ରାମ ତଥା ନିଜ ଗ୍ରାମର ବୃଦ୍ଧ ବୃଦ୍ଧାଙ୍କୁ ଦୀର୍ଘ ପନ୍ଦର ବର୍ଷ ଧରି ଏକାଠି କରି ନବବର୍ଷ ରେ ନିଜର ପୁରୁଣା ସ୍ମୃତିକୁ ସାଉଁଟି ବାର ଖୋରାକ ଯୋଗାଇଥିଲେ।ଯାହାକି ଅଞ୍ଚଳର ଗୌରବ ଫେରାଇ ଆଣିଛି । ଏହି ପରମ୍ପରାକୁ ଆଜି ଲାଦେର ପାଲି ସର୍ବ ପୁରାତନ ହନୁମାନ ମନ୍ଦିରରେ ଏକାଠି ହେଇଥିବା ବୃଦ୍ଧ ବୃଦ୍ଧାଙ୍କ ଭାବ ବନ୍ଧନରେ ବାନ୍ଧି ହୋଇଯାଇଥିଲେ।ପର୍ଵ ପ୍ରାରମ୍ଭରେ କୁନି କୁନି ଶିଶୁ ମାନଙ୍କୁ ନେଇ ଗୁରୁଙ୍କ ବନ୍ଦନା ଗାନ କରାଯାଇଥିଲା।ପର୍ବର ଏକ ଅଭିନୟ ଯେ ସଙ୍ଗୀତ ଗାନ ପରେ ମୃତ୍ୟ ବରଣ କରିଥିବା ଜପେଶ୍ୱରୀ ପ୍ରଧାନ,ଭଗବାନ ପ୍ରଧାନ, ଭାଗୀରଥି ସାହୁ,ଅମୃତ ଗଡ଼ତିଆ, ହେମକାନ୍ତ ଗଡ଼ତିଆ, ସୁଲୋଚନା ପ୍ରଧାନ,ଶାନ୍ତି ପ୍ରଧାନ,ଭିସ୍ମଦେଵ ପ୍ରଧାନ,ଉର୍କୁଳି ପ୍ରଧାନ,କ୍ଷୀର ଭୁଏ,ତୁଲା ନାଏକ,ସ୍ନିଗ୍ଧା ପ୍ରଧାନ,ଶୈଳେଶ ଗଡ଼ତିଆ,ତରଣି ସେନ ଗଡ଼ତିଆ, ରଞ୍ଜନ ନାଏକ,ଲକ୍ଷପତି ସାହୁ ଓ ଡାଲିମ୍ବ ପୋଢ଼ ପ୍ରମୁଖଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ପରେ ପୂର୍ବ ପ୍ରଚଳିତ ପ୍ରଥା ଅନୁଯାୟୀ ଘଣ୍ଟ ଶଙ୍ଖ ହୁଳହୁଳି ରେ ଯୁବ ସମାଜ ବୃଦ୍ଧ ବୃଦ୍ଧାଙ୍କୁ ପାଦ ଧୌତ କରି,ଫୁଲ ଚନ୍ଦନ ଦେଇ ସେମାନଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ।ଏହି ଅବସରରେ  ଆସିଥିବା ସମସ୍ତ ବୃଦ୍ଧବୃଦ୍ଧାଙ୍କୁ ଗାମୁଛା,ଫୁଲମାଲ ସହ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଉତ୍ସବରେ ସୋନପୁର ଜିଲ୍ଲା ବିରମହାରାଜ ପୁର ନିକଟସ୍ଥ ମହଦା ଗ୍ରାମର ଅଇଁଠୁ ସାହୁ ତାଙ୍କ ସାଥୀଙ୍କ ଦ୍ୱାରା ଭଜନ ଓ ପ୍ରବଚନ ଅନୁଷ୍ଠିତ ହୋଇଥିଲା।ଏହା ପରେ ସନ୍ଧ୍ୟା ୭ଟା ବଲାଙ୍ଗୀର ଜିଲ୍ଲା ମନମୁଣ୍ଡା ଗ୍ରାମର ଗାୟିକା ସୁଶ୍ରୀ ମୋନାଲି ମହାପାତ୍ର ଓ ତାଙ୍କ ସାଥି ଦ୍ୱାରା ଅତି ସୁନ୍ଦର ଭାବେ ସୁନ୍ଦର କାଣ୍ଡ ପାରାୟଣ କରିବା ଦ୍ୱାରା ଅଞ୍ଚଳ ବାସୀଙ୍କୁ ମନମୁଗ୍ଧ କରିଥିଲା। ଲାଦେର ପାଲି ଗ୍ରାମର ଯୁବ ସମାଜର ଏପରି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସିତ କରାଯାଇଥିଲା।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts