ଅତାବିରା କଲେଜ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ସଚେତନତା
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା କଲେଜ ପକ୍ଷରୁ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କଲେଜର ଅଧ୍ୟକ୍ଷ ପ୍ରଭାତ ରଞ୍ଜନ ପଟ୍ଟନାୟକଙ୍କ ସଂଯୋଜନା କରିଥିବା ବେଳେ ବରଗଡ଼ ଅତିରିକ୍ତ ଏ ଆର ଟିଓ ସୁଷମା ସାହୁ ମୂଖ୍ୟ ଅତିଥିଭାବେ ଯୋଗଦେଇଥିଲେ। କଲେଜର ଛାତ୍ରଛାତ୍ରୀ ଏକ ଶୋଭଯାତ୍ରା ବାହାରି ଜନସାଧାରଣଙ୍କୁ ସଚେତନ କରାଇଥିଲେ।ଟ୍ରାଫିକ ଇନିସ୍ପେକ୍ଟର ଯୁଗଳ କିଶୋର ଛୁରିଆ କାର୍ଯ୍ୟକ୍ରମରେ ଯୋଗଦେଇ ଟ୍ରାଫିକ, ହେଲମେଟ,ସିଟବେଲଟ ତଥା ଟ୍ରାଫିକ ବିଷୟରେ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ।ଏହିପରି ଓ ଏମ୍ ଭି କନେଷ୍ଟବଳ ଅଧିକାରୀ ବିଶ୍ୱଭୂଷଣ ଲେଙ୍କା ସଡ଼କ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ତଥା ସାଧାରଣ ବ୍ୟକ୍ତି ମାନଙ୍କୁ ହେଲମେଟ ପିନ୍ଧିବା ଓ ଟ୍ରାଫିକ ନିୟମ ମାନିବା ପାଇଁ ଅନୁରୋଧ କରିଥିଲେ।ଏହାପରେ କଲେଜର ଜିଲ୍ଲା ଯୁବ ରେଡ଼କ୍ରସର ସଂଯୋଜକ ତଥା ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ପରମାନନ୍ଦ ରଥ ସଡକ ରେ ଯିବାଆସିବା ସମୟରେ ଟ୍ରାଫିକ ନିୟମ ତଥା ଯାନବାହାନର ସମସ୍ତ କାଗଜପତ୍ର ରହିବା ଆବଶ୍ୟକ ସହ ଛାତ୍ରଛାତ୍ରୀଙ୍କୁ ଗୁରୁତ୍ୱଭାବେ ମାନିବା ଉଚିତ ବୋଲି ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ ମାନଭଞ୍ଜନ ପ୍ରଧାନ, ତ୍ରିଲୋଚନ ପ୍ରଧାନ, ଅଶୋକ ପ୍ରଧାନ, ସୂର୍ଯ୍ୟ ନାରାୟଣ ବିଶ୍ୱାଳ,ଯତୀନ୍ଦ୍ର ପ୍ରଧାନ, ପ୍ରଦୀପ ଯୋଶୀ ପ୍ରମୁଖ ସହଯୋଗ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ