Breaking News

ଚଳନ୍ତା ବସରେ ଶିଶୁପୁତ୍ରର ଜନ୍ମ


 
   ବରଗଡ଼----ଆଜି ଲାଦେର ପାଲି ଛକରେ ସୋହେଲା ପଟରୁ ବୁର୍ଲା ଅଭିମୁଖେ ଆସୁଥିବା ରାଧାରାଣୀ ବସରେ ଜଣେ ଗର୍ଭବତୀ ମହିଳା ଚଳନ୍ତା ବସରେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ଘଟଣା ଏ ଅଞ୍ଚଳରେ ଛାଞ୍ଚଲ୍ୟ ସୃଷ୍ଟି କରିଛି। ସୁଚନା ଯୋଗ୍ୟ ଯେ ମହିଳା ଜଣକ ଚୁମିକି ପାଣିଗ୍ରାହୀ ସୋହେଲା ବ୍ଲକର ବନ୍ଜାରି ଗ୍ରାମର ଅଟନ୍ତି।ସେ ଗର୍ଭବତୀ ଥିଲେ ଏବଂ ଡାକ୍ତର ତାଙ୍କୁ ଶିଶୁଜନ୍ମ ହେବାର ତାରିଖ ନିର୍ଦ୍ଧାରିତ କରିଥିଲେ।ଏହି ସମୟରେ ସେ ତାଙ୍କ ମାଁଙ୍କ ଡ଼ାକରାରେ ବୁର୍ଲା ଡାକ୍ତରଖାନରେ ପ୍ରସବ କରାଇବା ପାଇଁ ସେ ରାଧାରାଣୀ ବସରେ ସୋହେଲାରେ ବସି ସ୍ଵାମୀ ଋଷୁବ ପାଣିଗ୍ରାହୀ ଓ ତାଙ୍କ ୪ବର୍ଷର ପୁଅ ସମୀରଙ୍କ ସହ ବୁର୍ଲା ଅଭିମୁଖେ ଆସୁଥିଲେ।କିନ୍ତୁ ବସଟି ଅତ୍ୟଧିକ ବେଗରେ ଆସୁଥିବା  ଏବଂ ବସ ଭିତରେ ଭିଡ଼ ସଂଖ୍ୟା ଅଧିକରୁ ଅଧିକ ଥିବାରୁ ଠେଲା ପେଲା ଓ ଅତ୍ୟଧିକ ହଲଚଲ ଯୋଗୁଁ ଲାଦେର ପାଲି ଛକ ନିକଟରେ ଶିଶୁ ଟିଏ ମାଁ ଗର୍ଭରୁ ବାହାରକୁ ବାହାରି ପଡିଥିଲା।ଫଳରେ ଲୋକେ ବସ ଟିକୁ ଅତାବିରା ଡାକ୍ତରଖାନାକୁ ପହଞ୍ଚାଇବା ପାଇଁ ଡ୍ରାଇଭର ମହାଶୟଙ୍କୁ ଅନୁରୋଧ କରିଥିଲେ। ବସଟି ସଂଗେ ସଂଗେ ଡାକ୍ତର ଖାନାକୁ ବସଟି ଯାଇଥିଲା । ସେଠାରେ ତିନି କେଜିର ଏକ ଶିଶୁପୁତ୍ର ଜନ୍ମ ନେଇଥିଲା।ବର୍ତ୍ତମାନ ମାଁ ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଡ଼ାକ୍ତର କହିଛନ୍ତିି । ବସ ଗୁଡ଼ିକ ଜାତୀୟ ରାଜପଥ ଉପରେ ପ୍ରତିଯୋଗିତା ମୂଳକ ଗତି କରୁଥିବା ଯୋଗୁଁ ଏପରି ଘଟଣାରେ ପ୍ରଥମ ଥର ଏପରି ଘଟିଛି ବୋଲି ବେଶ ଚର୍ଚ୍ଚା ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts