Breaking News

ବାଲିଗୁଡା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ


ବାଲିଗୁଡା ------କନ୍ଧମାଳ ଜିଲ୍ଲା ବାଲିଗୁଡାରେ "ବାଲିଗୁଡା ମହୋତ୍ସବ" ନିମନ୍ତେ  ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନୂତନ ଭାବେ ଯୋଗ ଦେଇଥିବା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ସର୍ବସମ୍ମତି କ୍ରମେ ଫେବୃଆରୀ ମାସ  ୧୦, ୧୧,ଓ ୧୨   ତିନିଦିନ ଧରି  ମହୋତ୍ସବ ପାଳନ କରିବା ପାଇଁ ଦିନଧାର୍ଯ୍ୟ ହୋଇଛି । ଏଥିରେ ମୁଖ୍ୟତଃ ଉପଖଣ୍ଡରେ ଥିବା କଳା, ସଂସ୍କୃତି ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରି ପ୍ରାଧାନ୍ୟ ଦେବା ପାଇଁ ଆଲୋଚନା କରାଯାଇଥିଲା  । ଉପଜିଲ୍ଲାପାଳଙ୍କ ତତ୍ଵାବଧାନରେ ଏହି ମହୋତ୍ସବକୁ ସୁଚାରରୂପେ ପରିଚାଳନା କରିବା ପାଇଁ ବିଭିନ୍ନ କମିଟି ଚୟନ କରାଯାଇଛି । ଏହି ବୈଠକରେ ବିଡିଓ ନରେଶ ଚନ୍ଦ୍ର ଶବର, ତହସିଲଦାର କ୍ଷିରାଧୋ ତନୟା ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା,ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷ ଲୋକନାଥ ପାଢ଼ୀ, ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସ, ବନବାସୀ ସେବା ସମିତି ର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ଶାନ୍ତି ମୈତ୍ରୀର ସମ୍ପାଦକ ଭାଗବାନ ଜେନା ପ୍ରମୁଖ ଙ୍କ ସହ ସମସ୍ତ ବଣିକ ସଂଘ, ଅଟ୍ଟୋ ଚାଳକ ସଂଘ, ଉପଖଣ୍ଡ କଳାକାର ସଂଘ ଓ ବିଭିନ୍ନ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି  ପୂର୍ଣ୍ଣ ସହଯୋଗ କରିବା ସହ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

Blog Archive

Popular Posts