Breaking News

ମେରାଇନ ଡ୍ରାଇଭ ଏବେ ହସି ଉଠିଛି ।


 J sehti
Puri
 ପୁରୀ----ମେ ୩ ତାରିଖରେ ଓଡ଼ିଶା ଆଡକୁ ମାଡି ଆସିଥିଲା ପ୍ରଳୟଙ୍କାରୀ ବାତ୍ୟା ଫନି । ପ୍ରଳୟଙ୍କାରୀ ବାତ୍ୟା ଫନିର କରାଳ ରୂପ ପୁରୀର ମେରାଇନ ଡ୍ରାଇଭକୁ ଉଜାଡି ଦେଇଥିଲା । କେଇ ମୁହୂର୍ତ୍ତ ମଧ୍ୟରେ ପୂରା ଖିନଭିନ୍ ହୋଇଯାଇଥିଲା ବାଲୁଖଣ୍ଡ ବନ୍ୟାଞ୍ଚଳ । ଫନିର କରାଳ ରୂପ ଏତେ ଭୟଙ୍କର ଥିଲା ଯେ ଯୁଆଡେ ଦେଖିଲେ ଖାଲି ଉଜୁଡା ଜଙ୍ଗଲର ଦୃଶ୍ୟ ଦେଖିବାକୁ ମିଳିଥିଲା । ‘ଫନି’ ପ୍ରହାରରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା ରାଜ୍ୟର ପ୍ରମୁଖ ପର୍ୟ୍ୟଟନ କ୍ଷେତ୍ର । ଉଜୁଡ଼ି ଯାଇଥିଲା ସୌନ୍ଦର୍ୟ୍ୟ। ମାତ୍ର କିଛି ସୁଦୂରପ୍ରସାରୀ ଯୋଜନା ପାଇଁ ପୂର୍ବ ସୌନ୍ଦର୍ୟ୍ୟ ଫେରିଛି ଏବେ।
ନୀଳ ନକ୍ସା ଆଙ୍କି ପର୍ୟ୍ୟଟନକୁ ଆଉ ପାଦେ ଆଗକୁ ନେବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର। ଅସୁନ୍ଦର ମେରାଇନ ଡ୍ରାଇଭ ଏବେ ପୁଣି ଥରେ ହସି ଉଠିଛି । ଲୋକଙ୍କ ସହଯୋଗ ସାଙ୍ଗକୁ ସରକାରଙ୍କ କିଛି ପ୍ରୟାସ ଏବେ ପୁଣି ସେହି ପୁରୁଣା ରୂପକୁ ଫେରାଇଦେଇଛି । ଆଜି ମେରାଇନ ଡ୍ରାଇଭର ଏକ ଫଟୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରରେ ସେୟାର କରିଛନ୍ତି ।
ନବୀନ ଲେଖିଛନ୍ତି ଯେ କୌଣସି ବି ଝଡ ବା ବାତ୍ୟା ଓଡିଶାକୁ ଅଟକାଇପାରିବନାହିଁ । ଓଡ଼ିଶାବାସୀଙ୍କର ଝଡ଼କୁ ସମ୍ମୁଖୀନ କରିବାର ଅଦମ୍ୟ ସାହସ ଆମକୁ କାମ କରିବାକୁ ସବୁବେଳେ ପ୍ରୋତ୍ସାହନ ଦେଇଛି । ସବୁଜ ସୁନ୍ଦର ମେରାଇନ ଡ୍ରାଇଭ କମ ସମୟରେ ପୁଣି ଥରେ ସେହି ରୂପକୁ ଫେରିପାରିଛି । ଏହା ହେଉଛି ସେହି ଝଡକୁ ସମ୍ମୁଖୀନ କରିବାର ଏକ ଜ୍ୱଳନ୍ତ ଉଦାହରଣ। 
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts