 |
BBSR |
ଭୁବନେଶ୍ବର----ଭାରତୀୟ ଜନତା ପାର୍ଟି ପକ୍ଷରୁ ନାଗରିକତା ସଂଶୋଧନ ଆଇନ (ସି.ସି.ଏ ) କୁ ସମର୍ଥନ କରି ବ୍ରହ୍ମପୁରରେ ଏକ "ବିଶାଳ ସଚେତନ ପଦଯାତ୍ରା" ଅନୁଷ୍ଠିତ ହୋଇଯାଇଛି । କମାପଲ୍ଲୀ ଛକ ଠାରୁ ଆରମ୍ଭ ହୋଇ ଟାଟାବେଞ ଛକ,ସୁବାରାଓ ଛକ,ଖଲିକୋଟ କଲେଜ,ପୁରୁଣା ବସଷ୍ଟେଣ୍ଡ,ଅନ୍ନପୁର୍ଣା ମାର୍କେଟ,ଗିରିଜା ଛକ,ବିଜୟା ଟକିଜ୍ ଛକ,ଗିରି ମାର୍କେଟ,ହନୁମାନ ବଜାର ଛକ,ସିଟି ହାଇସ୍କୁଲ ରୋଡ ଦେଇ ରାମଲିଙ୍ଗମ ଟ୍ୟାଙ୍କ ରୋଡ ଠାରେ ଏହି ଶୋଭାଯାତ୍ରାପହଞ୍ଚି ଥିଲା । ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଚେତନ ପଦଯାତ୍ରାରେ ବଲିଉଡର ଗାୟକ ତଥା ମାନ୍ୟବର କେନ୍ଦ୍ର ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଯୁକ୍ତ ବାବୁଲ ସୁପ୍ରିୟୋ ଯୋଗଦେଇଥିଲେ । କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେଇ ଲୋକଙ୍କୁ ସି.ସି.ଏ ଉପରେ ମତବ୍ୟକ୍ତ କରିଥିଲେ । ଏହି ସଭା ରେ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ପୂର୍ବତନ ସଭାପତି କାନ୍ହୁ ଚରଣ ପତି,ଓଲିହୂଡ଼ ଅଭିନେତ୍ରୀ ପିଙ୍କି ପ୍ରଧାନ,ବୁର୍ଗୁ ବକ୍ସି ପାତ୍ର,ସମେତ ବିଭିନ୍ନ ବିଜେପି ଆଞ୍ଚଳିକ ନେତା ଏଲ ମୋହନ ଦାଶ, ମହନ୍ତ ଚିନ୍ମୟ ନନ୍ଦ ଦାଶ, ଉପସ୍ଥିତ ଥିବା ବେଳେ ସତlଧିକ କର୍ମୀ ଓ ଶ୍ରମିକ ମାନେ ଯୋଗଦେଇ ସିସିଏ ଉପରେ ବୁଝିଥିଲେ ।
ଧୀରେନ୍ଦ୍ର ସେନାପତି