Breaking News

ସିଦ୍ଧମହାବୀର ରେଳ ଟ୍ରାକ ଠାରେ ଓବରବ୍ରିଜ ନିର୍ମାଣ ପାଇଁ ଆରମ୍ଭ ହୋଇଛି ସର୍ବେକ୍ଷଣ

 ପୁରୀ----ପୁରୀ ବାସୀଙ୍କ ଦୀର୍ଘ ବର୍ଷର ଦାବି ସାକାର ହେବାକୁ ଯାଉଛି | ପୁରୀକୁ ଏକ ବିଶ୍ୱସ୍ତରୀୟ ସହର ଭାବେ ଗଢିତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ବାସ୍ତବ ରୁପ ନେବାକୁ ଯାଉଥିବା ବେଳେ ଏବେ ରାଜ୍ୟସରକାରଙ୍କ ଉଦ୍ୟମରୁ ମାଟିଆପଡା ଠାରେ ଓବରବ୍ରିଜ ନିର୍ମାଣ ପାଇଁ ଆରମ୍ଭ ହୋଇଛି ସର୍ବେକ୍ଷଣ।  ପୁରୀରୁ କୋଣାର୍କ ଯିବା ରାସ୍ତାରେ ସିଦ୍ଧମହାବୀର  ରେଳ ଓବରବ୍ରିଜ ପଡିଥାଏ । ଦୈନିକ ପୁରୀରୁ ଓ ପୁରୀକୁ ୫୦ ଟି ଟ୍ରେନ ଯିବା ଆସିବା କରୁଥିବାରୁ ପ୍ରତି ଅଧଘଣ୍ଟାରେ ଥରେ ଲେଖାଏଁ ରେଳ ଫାଟକ ପଡିଥାଏ । ଫଳରେ ରାସ୍ତାର ଦୁଇ ପାର୍ଶ୍ୱ ରେ  ହଜାର ହଜାର ଗାଡି ଅଟକି ରହିବା ସହ ଟ୍ରାଫିକ ସମସ୍ୟା ଉପୁଜିଥାଏ । ଏପରିକି   ଗୁରୁତର ରୋଗୀଙ୍କୁ ନେଇ  ଆସୁଥିବା ଆମ୍ବୁଲାନ୍ସ ଗାଡି ଓ ଅଗ୍ନିଶମ ଗାଡି ଟ୍ରାଫିକ ଯାମ ରେ ଫଶୀ  ଧନ ଜୀବନ କ୍ଷତି ହୋଇଥାଏ ।  ଏବେ ପୁଣି ରେଲୱେ ଓଭର ବ୍ରିଜ ନେଇ ସର୍ବେକ୍ଷଣ ଆରମ୍ଭ ହୋଇ ଥିବା ବେଳେ ଏଥିରେ ବିସ୍ଥାପିତ ହେଉଥିବା ବ୍ୟକ୍ତି ମାନେ ସହଯୋଗ କରିବାକୁ ପୁରୀ ଜିଲାପାଳ ବଲବନ୍ତ ସିଂ ଅନୁରୋଧ କରିଛନ୍ତି। ତେବେ ରେଲୱେ ଓଭର ବ୍ରିଜ ନିର୍ମାଣ ରେ ୫୩ କୋଟି ଟଙ୍କା ଖର୍ଚ୍ଚ ନେଇ ବ୍ୟୟବରାଦ କରାଯାଇଛି।
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts