Breaking News

ଇକୋ ରିଟ୍ରଟରେ ଆଇଏସ ଅଧିକାରୀଙ୍କ ରାତ୍ରୀଯାପନ

କୋଣାର୍କ--- ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡ଼ିସେମ୍ବର ୧୪ ତାରିଖରୁ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ୬୦ ଦିନ ଧରି କୋଣାର୍କ-ପୁରୀ ବେଳାମାର୍ଗର ସାହୁଖଣତା ଠାରେ ଆୟୋଜିତ ହେଉଛି ମେରାଇନ୍ ଡ୍ରାଇଭି ଇକୋ ରିଟ୍ରିଟ-୨୦୧୯ ଉତ୍ସବ ।  ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବଙ୍ଗୋପାସାଗର ସହିତ ମିଶିଥିବା କୂଶଭଦ୍ରା ନଦୀଶଜ୍ୟାର ମଧ୍ୟ ଭାଗରେ ପଞ୍ଚ ତାରକା ହୋଟେଲ ପରି ଏଠାରେ ସମସ୍ତ ସୁବିଧା ଥାଇ ୫୦ଟି ଅତ୍ୟାଧନିକ ଶୀତତାପ ନିୟନ୍ତ୍ରଣ ସ୍ୱତନ୍ତ୍ର ତମ୍ବୁ ଗୃହ ନିର୍ମାଣ କରାଯାଉଛ । ଏହି ଅବସରରେ  ରାଜ୍ୟରେ କାର୍ଯ୍ୟରତ ସମସ୍ତ ଆଇଏସ ଅଧିକାରୀମାନେ ୧୭ ତାରିଖ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିବା ବେଳେ ଏଠାରେ ରାତ୍ରୀ ଯାପନ କରିବା ସହ ପ୍ରାତ ସମୟରେ ଯୋଗ, ବେଳାଭୂମୀ ସଫେଇ କରିଥିଲେ । ଏତଦବ୍ୟତିତ ପାରାସେଲିଙ୍ଗ୍‌, ପାରାମାଉଣ୍ଟିଙ୍ଗ, ଏଟିଭି, ଆରଚେରୀ, ରାଇଫଲ ସୁଟିଙ୍ଗ, ବାଇସାଇକଲ ଚାଳନା, ବିଚ୍ ଭଲି, ଜରବିଙ୍ଗ, ୱାଟର ରୋଲର, ଟ୍ରାମ୍ପପୋଲିନର ମଜା ଉଠାଇବା ସହ ଆଜି ପୂର୍ବାହ୍ନରେ ଆଇଏସ ଅଧିକାରୀମାନଙ୍କ ଆସୋସିଏସନ ପକ୍ଷରୁ ଏକ ବୈଠକ କରାଯାଇଥିଲା ।ବେଳାମାର୍ଗ ରାସ୍ତାରୁ ଆଇଏସ ଅଧିକାରୀମାନଙ୍କୁ ଇକୋ ରିଟ୍ରିଟ ଭିଲେଜ ପରିସରକୁ ନବା ଆଣିବା ପାଇଁ ବେଟ୍ରିଚାଳିତ ଯାନର ବ୍ୟବସ୍ଥା କରାଯାଇ ଥିବା ବେଳେ ସୂରକ୍ଷା ବେବସ୍ଥା, ଗମନାଗମନ, ପନୀୟ ଜଳ ଯୋଗାଣ ଇତ୍ୟାଦିର ସୁବନ୍ଦୋବସ୍ତ କରାଯାଇଥିଲା ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts