Breaking News

ସରଣ୍ଡା ଗ୍ରାମର ପଥମ ସୈନିକ, ସମାଜସେବୀ ଲକ୍ଷ୍ମୀ ନାରାୟଣ ଆଉ ନାହାନ୍ତି


   ବରଗଡ଼-----ଅନ୍ତିମ ସଂସ୍କାରରେ ଲୀନ ହେକେ ଅବସରପ୍ରାପ୍ତ ସୈନିକ  ଲକ୍ଷ୍ମୀ ନାରାୟଣ ପ୍ରଧାନ ।ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ସରଣ୍ଡା ଗ୍ରାମର ପ୍ରଥମ ବ୍ୟକ୍ତିତ୍ବ ଯିଏ ଭାରତମାତାର ସେବା ପାଇଁ ନିଜକୁ ସ୍ୱେଚ୍ଛାକୃତ ଭାବେ ସେନାବାହିନୀରେ ଯୋଗ ଦେଇଥିଲେ। ସେ ସେନା ବାହିନୀରେ ଦୀର୍ଘ ୧୭ବର୍ଷ ଧରି କାର୍ଯରତ ରହି ଅବସରପରେ ମଧ୍ୟ ତାଙ୍କ ସେବା ପରାୟଣ ଗୁଣ ଜାରି ରଖିଥିଲେ। ଅବସରପ୍ରାପ୍ତ ପ୍ରଧାନ ସରଣ୍ଡା ଗାଁର ମୂଳ ବାସିନ୍ଦା ହେଇଥିବାବେଳେ ନିକଟସ୍ଥ   ଚକୁଲିଫାର୍ମରେ ନିଜ ଘର କରି ସ୍ତ୍ରୀ ଓ ବଡ଼ପୁଅ ଅଙ୍କିତ୧୯ ଓ ଝିଅ୧୫ ଙ୍କ ସହ ଅବସର ଜୀବନ ବିତାଉ ଥିଲେ। ୧୭ତାରିଖ ରାତି ୧୦.୩୦ରେ ଭୁବନେଶ୍ୱର ଆପଲୋ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି।ପ୍ରଥମେ ୧୨ତାରିଖ ଦିନ ବୁର୍ଲା ଡାକ୍ତରଖାନ ଓ ସେଠାରୁ ନରସିଂ ହୋମକୁ ନେବାପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ରାତି ୧୦.୩୦ରେ ମୃତ୍ୟୁବରଣ କରି ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ପରୋପକାରୀ, ସମାଜସେବୀ, ବନ୍ଧୁବତ୍ସଳ, ମେଳାପୀ ,ମିଷ୍ଟଭାଷୀ,ସ୍ପଷ୍ଟବାଦୀ ତଥା ସର୍ଵଜନାବୃତ ବ୍ୟକ୍ତିତ୍ୱ ଥିଲେ।ତାଙ୍କ ଯୋଗୁଁ ଭାଙ୍ଗିଯାଉଥିବା ପଞ୍ଚାୟତ ହାଇସ୍କୁଲ ସରଣ୍ଡାକୁ ବଞ୍ଚାଇ ଗଢିତୋଳିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି।ତାଙ୍କ ଅବର୍ତ୍ତମାନରେ ଅଞ୍ଚଳବାସୀ ତାଙ୍କ ସାନିଧ୍ୟରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ଆଜି ଗଭୀର ମର୍ମାହତ ଓ ଶୋକ ସନ୍ତପ୍ତ। ଅ‌ଚଳ ବାସି     ତାଙ୍କୁ ଝୁରୁଛନ୍ତି । ଭଗବାନ ତାଙ୍କର ଅମର ଆତ୍ମାକୁ ବୈକୁଣ୍ଠରେ ସ୍ଥାନ ଦିଅନ୍ତୁ ଏବଂ ପରିବାର ବର୍ଗଙ୍କୁ ସହନଶୀଳତା ପ୍ରଦାନ କରନ୍ତୁ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts