Breaking News

କଟରା ସମିତିରେ ଧାନମଣ୍ଡି ଖୋଲିବା ଆଶଙ୍କାରେ ଚାଷି

କୁଜଙ୍ଗ----- ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ସେବା ସମବାୟ ସମିତିରେ ଚଳିତ ବର୍ଷ ଚାଷିଙ୍କ ଠାରୁ ଧାନ କ୍ରୟ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏହି ସମବାୟ ସମିତି ସହବନ୍ଧିତ କଟରା ମିନି ବ୍ୟାଙ୍କରେ ବ୍ୟାପକ ଅର୍ଥ ଆତ୍ମସାତ ଘଟଣାରେ ସମିତିର ସମ୍ପାଦକ ପ୍ରଦିପ୍ତ ନାୟକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଦିଆଯାଇଛି । ତାଙ୍କ ସ୍ଥାନରେ ନୂତନ ସମ୍ପାଦକଙ୍କ ନିଯୁକ୍ତି ନହେବାରୁ ଦିର୍ଘ ୬ମାସ ହେବ ସମବାୟ ସମିତି ବନ୍ଦ ରହିଛି । ଏହି କାରଣରୁ ଧାନ ବିକ୍ରୟ ନିମନ୍ତେ ଚାଷି ମାନେ ସେମାନଙ୍କର ନାମ ପଞ୍ଜିକରିଣ କରିପାରିନାହାନ୍ତି ।  ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଅନଲାଇନରେ ଧାନ ବିକ୍ରୟ ନିମନ୍ତେ ଟୋକନ ପ୍ରଦାନ କରାଯାଉଛି । ଏହି ସମିତିର ଚାଷିମାନେ ନାମ ପଞ୍ଜିକରଣ କରିନାହାନ୍ତି । ଟୋକନ ସଂଗ୍ରହ ସହ ଏବେ ଧାନ ବିକ୍ରି କରିବା ନିମନ୍ତେ ଅସୁବିଧାରେ ପଡିବାର ସମ୍ଭାବନା ଦେଖାଦେଇଛି । ଏହି ସମିତିରେ ଏପର୍ଯ୍ୟନ୍ତ କେହି ନୂତନ ସମ୍ପାଦକ ନିଯୁକ୍ତି ହୋଇନଥିବାରୁ ଧାନ ସଂଗ୍ରହ ନେଇ କୌଣସି ସଠିକ ସୂଚନା ମିଳିପାରୁନାହିଁ । ଏହାଫଳରେ ସମିତିର ଶତାଧିକ ଚାଷି ଧାନ ଅମଳକରି ଏବେ ବିକ୍ରୟ କରିବା ନିମନ୍ତେ ଅନାଇ ବସିଛନ୍ତି । ଏସମ୍ପର୍କରେ ତିର୍ତ୍ତୋଲ ସେଣ୍ଟ୍ରାଲ  କୋପରେଟିଭ ବ୍ୟାଙ୍କ (ସିସିବି)ଶାଖା ପରିଚାଳକ ଦୋଳଗୋବିନ୍ଦ ଖଟୁଆଙ୍କୁ ପଚାରିବାରୁ ସମିତିରେ ଜଣେ ସମ୍ପାଦକ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏସମ୍ପର୍କରେ ଶିଘ୍ର ନିଷ୍ପତି ନିଆଯାଇ ମଣ୍ଡି ଖୋଲିବା ନିମନ୍ତେ ବ୍ୟବସ୍ଥ୍ରା କରାଯିବ ବୋଲି କହିଛନ୍ତି ।  ମାତ୍ର କଥା ଉଠୁଛି ଯେ ଅନ୍ୟ ସମବାୟ ସମିତିରେ ଧାନ ବିକ୍ରୟ ସରିଲାଣି ମାତ୍ର ଏଠାରେ ଚାଷୀ ଧାନ ବିକ୍ରୟ ପାଇଁ ନାମ ପଞ୍ଜିକରଣ କରି ନାହାନ୍ତି । ନାମ ପଞ୍ଜିକରଣ ସାଇଟି ବନ୍ଦ ହୋଇଯାଇଛି । ଚାଷୀ ମାନେ ଏ ବର୍ଷ ଧାନ ବିକ୍ରୟ କରିବାର ସୁଯୋଗ ପାଇବେ କି ନାହିଁ ଏବେ ସନ୍ଦେହ ଜାତ ସୃଷ୍ଟି ହୋଇଛି ବୋଲି ଚାଷୀ ମାନେ କହନ୍ତି ।
 ଜଗତସିଂପୁରରୁ ପ୍ରଳୟ କୁମାର ମହାପାତ୍ର  

Blog Archive

Popular Posts