୧୯୮୫ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ
ପିପିଲି-ତେଇସିପୁର ହାଇସ୍କୁଲ ୧୯୮୫ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ମା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟରେ ଛାତ୍ର ଜୀବନ ର ପୁରୁଣା ସ୍ମୁତିକୁ ମନେ ପକାଇବା ସହ ଭାବର ଆଦାନ ପ୍ରଦାନ କରିଥିଲେ । ଏହି ବ୍ୟାଚର ଛାତ୍ରଛାତ୍ରୀ ମାନେ ଦୁଃଖ ରେ ଥିବା ସାଥି ଓ ଦରଦୀ ବନ୍ଧୁ ଙ୍କୁ ସମସ୍ତ ପ୍ରକାର ସାହାର୍ଯ୍ୟ କରିବା ପାଇଁ ନିଷ୍ପତି ନେଇଛନ୍ତି । ଧନୁର୍ଦ୍ଧର ସାହୁ,ଗଗନ ବିହାରୀ ସାହୁ,ବାସୁଦେବ ମହାନ୍ତି,ଗଜେନ୍ଦ୍ର ସାହୁଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଜଳନ୍ଧର ମହାପାତ୍ର,ଭାସ୍କର ନାୟକ,ଅଜୟ ସାହୁ,କାଳନ୍ଦୀ ରଥ,ପ୍ରକାଶ ପ୍ରଧାନ ,ଦିବାକର ପ୍ରଧାନ,ମଞ୍ଜୁଲତା ରଥ ଓ ବିଷ୍ଣୁ ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଭାଗିତା ରହିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର