Breaking News

ଶ୍ରୀକୃଷ୍ଣଙ୍କ ବିଛେଦରେ ଗୋପପୁରବାସୀ


 ବରଗଡ଼ ---ଦଶଦିନ ଧରି ଚାଲିଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ବରଗଡ଼ ମଥୁରା ନଗରୀ ରୂପେ ସାଜିଥିବା ବେଳେ ଅମ୍ବାପାଲି ଗୋପପୁର ସାଜିଥିଲା।ଏଇ ଗୋପପୁରରେ ଶ୍ରୀକୃଷ୍ଣ ବଳରାମଙ୍କ ବାଲ୍ୟଲୀଳା, ରାଧାକୃଷ୍ଣଙ୍କ ପ୍ରେମଲୀଳା ଏବଂ ଗୋପୀ ଗୋପାଙ୍ଗନା ମାନଙ୍କର ହାସ୍ୟ ରସରେ ସତେ ଯେମିତି ଗୋପପୁର ବାସି ଭୁଲିଯାଇଥିଲେ ନିଜ କର୍ମମୟ ଜୀବନର କ୍ଲାନ୍ତିକୁ । ବାସ୍ତବିକତାକୁ ଦଶଦିନ ଭିତରେ ମା ଯଶୋଦାଙ୍କର କୃଷ୍ଣ ବଳରାମଙ୍କ ପ୍ରତି ଥିବା ମାତୃତ୍ବର ନିଦର୍ଶନର ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା ।ପରିବେଶକୁ ବାସ୍ତବିକତା ଠାରୁ ବହୁ ଦୂରକୁ ନେଇଯାଇଥାଏ।କୃଷ୍ଣଙ୍କ ଲବଣି ଚୋରା, ମାଟି ଖାଇବା,କାଳୀୟ ଦଲନ,ବସ୍ତ୍ର ହରଣ,ନାବକେଳି,ରାସଲୀଳା ଏବଂ ଅସୁରଙ୍କ ବଦ୍ଧ ଆଦି ସମସ୍ତ ଉତ୍ସବରେ ଗୋପପୁରବାସୀ ନିଜକୁ ନିଜେ ହଜାଇ ଦେଇଥିଲେ।କିନ୍ତୁ ଧନୁଯାତ୍ରାର ଅଷ୍ଟମ ଦିବସରେ ଅକୁର ଗମନ କରି କୃଷ୍ଣ ବଳରାମ ବେନି ଭାଇଙ୍କୁ ଘେନି ଆସିବା ପରେ ଗୋପପୁରରେ ଦୁଃଖର ଲହରୀ ଖେଳିଯାଇଛି।କୃଷ୍ଣ ବଳରାମଙ୍କୁ ଯାଅନା ଯାଅନା ବୋଲି କାନ୍ଦି ଉଠିଥିଲା ଗୋପପୁର ଗାଁ ଦାଣ୍ଡ।ଗୋପପୁରବାସୀଙ୍କ  ମୁହଁରୁ ଲିଭିଯାଇଛି ହସ ଉଲ୍ଲାସ।ଗୋପ ବାଳକ ମାନେ ଝୁରୁଛନ୍ତି ତାଙ୍କ ବାଲ୍ୟ ସଖା ଶ୍ରୀକୃଷ୍ଣଙ୍କୁ।ସେହିପରି ଗୋପାଙ୍ଗନା ମାନେ ଆଠ ଦିନ ବ୍ୟାପି ଶ୍ରୀକୃଷ୍ଣ ସାଥିରେ ଦିନ କାଟିଥିବା ଫେରିବାର ବାଟ ଚାହିଁ ବସିଛନ୍ତି।ବାସୁରିର ସୁର,ପିଲାଦିନ କଥା ର ଶବ୍ଦଶୁଣି ଗୋପପୁର ବାସୀଙ୍କ ହଜି ଯାଇଛି ନିଦ।ଶ୍ରୀକୃଷ୍ନ ଛୋଟରୁ ବଡ଼ ହେବା ମଧ୍ୟରେ ଯାହାକିଛି ଲୀଳା କରିଥିଲେ ସେସବୁକୁ ଝୁରୁଛନ୍ତି ମାଁ ଯଶୋଦା ଓ ନନ୍ଦରାଜା।ଦେଖିବାକୁ ବାକି ରହିଲା ସମସ୍ତଙ୍କୁ କହିଯାଇଥିବା  ଧନୁଯାତ୍ରା ଦେଖି ଫେରିବି ତୁମ୍ଭେ ସଖାଗଣ ଅଚିନ୍ତାରେ ରୁହ ମୁଁ ତୁରନ୍ତ ଫେରି ଆସୁଛି।ହେଲେ କେବେ ଫେରିବେ ଶ୍ରୀକୃଷ୍ଣ ଚାହିଁ ରହିଛନ୍ତି ଗୋପପୁରବାସୀ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts