Breaking News

ଓଡ଼ଗାଁ ମହୋତ୍ସବ ୨୦୨୦ ଉଦଘାଟିତ,; ପାଇକ ନୃତ୍ୟ,ଘଣ୍ଟ ବାଦନ ଓ ବୀଣାପାଣି ନୃତ୍ୟ ସଂଗଠନ ନୃତ୍ୟ ରେ ଝୁମିଲେ ଦର୍ଶକ



ନୟାଗଡ଼ ----ନୟାଗଡ଼ ଜିଲ୍ଲାରେ ଓଡ଼ଗାଁ ମହୋତ୍ସବର ସ୍ୱତନ୍ତ୍ରତା ରହିଛି।ଜିଲ୍ଲାରେ ଶିକ୍ଷା, ସଂସ୍କୃତି ଏବଂ ଲୋକନୃତ୍ୟ ପାଇଁ ଓଡ଼ଗାଁର ରହିଛି ଏକ ସ୍ୱତନ୍ତ୍ର ପରିଚୟ।ଏହାକୁ ପୁଣି ଥରେ ପ୍ରମାଣିତ କରିଛି ଓଡ଼ଗାଁ ମହୋତ୍ସବ ୨୦୨୦। ଓଡ଼ଗାଁର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ଆଶିର୍ବାଦ ଭିକ୍ଷା କରି ମହୋତ୍ସବ କମିଟି ଅଧ୍ୟକ୍ଷ ତଥା କୃଷି, ମତ୍ସ୍ୟ, ପଶୁପାଳନ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।ଏହି ଉତ୍ସବରେ ଦଶପଲ୍ଲା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି,ଶ୍ରୀମତୀ ଗୋଲାପ ଦଳବେହେରା,ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା,ଶ୍ରୀମତୀ ମମତା ବେହେରା ,ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା,ଶ୍ରୀମତୀ ବିରଜାଲଷ୍ମୀ ସାହୁ ,ଓଡ଼ଗାଁ ପଞ୍ଚାୟତ ସମିତି ଉପାଧ୍ୟକ୍ଷା,ଶ୍ରୀଯୁକ୍ତ ବିଭୁପ୍ରସାଦ ସାହୁ,୨ନଂ ଜୋନ୍ ଜିଲ୍ଲାପରିଷଡଦ ସଭ୍ୟ, ଶ୍ରୀଯୁକ୍ତ ପୁରୁଷୋତ୍ତମ ପାତ୍ର, ସଭାପତି କଳିଙ୍ଗ ବୈଶ୍ୟ ମହାସଂଘ,ଶ୍ରୀଯୁକ୍ତ  ସୂର୍ଯ୍ୟ ନାରାୟଣ  ଚୌଧୁରୀ, ସମାଜସେବୀ, ଲୋକନାଥ ସାହୁ,ବିଭୁପ୍ରସାଦ ସାହୁ,ଦିଲ୍ଲୀପ କୁମାର ମାର୍ଥା ପ୍ରମୁଖ ଉପସ୍ଥିତ ଥିଲେ।
ଉଦଘାଟନୀ ଉତ୍ସବରେ ସ୍ୱାଗତ ସଙ୍ଗୀତ ଗାନ କରିବା ପରେ  ଛାତ୍ରଛାତ୍ରୀମାନେ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ କରିଥିଲେ। ଖୋର୍ଦ୍ଧା ପାଇକ ଆଖଡା ଦର୍ଶକଙ୍କ ମନ ମୋହିଥିଲା।ବୀଣାପାଣି ଡ଼୍ୟାନ୍ସ ଗ୍ରୁପର  ନୃତ୍ୟର ତାଳେ ତାଳେ ଝୁମିଥିଲେ ଦର୍ଶକ।ଜଗତସିଂହପୁର ଜିଲ୍ଲାର ଶାରଳା ଘଣ୍ଟ ବାଦନ ଶିତୁଆ ସନ୍ଧ୍ୟାରେ ଉଷ୍ମତା ଭରିଦେଇଥିଲା।ଗତ ବର୍ଷ ଅପେକ୍ଷା ଏ ବର୍ଷ ତୋରଣ,ଅଲୋକସଜ୍ଜା, ମିନାବଜାର ବେଶ ମନଲୋଭା ହୋଇଛି। 
ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts