କୋଣାର୍କରେ ୫ଟିର ସଚିବ; ସୂର୍ଯ୍ୟମନ୍ଦିର ଚତୃପାଶ୍ୱର୍ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା
କୋଣାର୍କ--------ଗୁରୁବାର ସକାଳେ ରାଜ୍ୟ ସରକାରଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ କୋଣାର୍କ ଗସ୍ତରେ ଆସି ସୂର୍ଯ୍ୟମନ୍ଦିର ଚତୃପାଶ୍ୱରେ ଥିବା ଭିତ୍ତିଭୂମିର ବିକାଶ ସମ୍ପର୍କରେ ଅବଗତ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର କୋଣାର୍କରେ ବିଶ୍ୱସ୍ଥରୀୟ ସୁଦୂରପ୍ରସାରୀ ବିକାଶ ଯୋଜନା ଖୁବ ଶିଘ୍ର କାର୍ଯ୍ୟକାରୀ ହେବାକୁ ଯାଉଅଛି । ୫ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ଏହି ପରିଦର୍ଶନ ସମୟରେ ପୂର୍ତ୍ତ ସଚିବ କିଶନ କୁମାର, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଏଏସ୍ଆଇର ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ, କୋଣାର୍କ ଉନ୍ନୟନ ପାଇଁ ପ୍ରସ୍ତୁତ କରିଥିବା ନକ୍ସାର ସଦସ୍ୟ, କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଏମ୍. ଶ୍ରୀନିବାସ, ଗୋପ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ, ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନଙ୍କ ସମେତ କୋଣାର୍କ ଉନ୍ନୟନ କାର୍ଯ୍ୟ ସହ ଜଡିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ବିଶ୍ୱଐତିହ୍ୟ ସୂର୍ଯ୍ୟ ମନ୍ଦିରର ସମ୍ମୁଖସ୍ଥ ମୁଖ୍ୟ ପ୍ରବେଶ ପଥର ଉଭୟ ପାଶ୍ୱର୍ରେ ଥିବା ନିଷିଦ୍ଧାଞ୍ଚଳକୁ ଜବରଦଖଲ କରି ବ୍ୟବସାୟ କରୁଥିବା ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ଅନ୍ୟତ୍ର ଥଇଥାନ କରିବା । ସରକାରୀ ଜମିରୁ ଜବରଦଖଲ କାରିଙ୍କ ହଟାଇବା କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ୫ଟି ସଚିବ ଶ୍ରୀ ପାଣ୍ଡିଆନ ପ୍ରଶାସନକୁ ନିର୍ଦ୍ଧେଶ ଦେଇଥିବା ଜଣା ପହିଛି । କୋଣାର୍କ ଉନ୍ନୟନ ଯୋଜନାରେ ଥିବା ରାସ୍ତାର ନବିକର, ଅତ୍ୟାଧୁନିକ ପ୍ରାର୍କ, ବସ ଟର୍ମିନାଲକୁ ପ୍ରାଧାନ୍ୟ ଦିଆଯାଇଛି । ୫ଟି ସଚିବ ଶ୍ରୀ ପାଣ୍ଡିଆନ ଚନ୍ଦ୍ରଭାଗାଠାରୁ ଜୁଣେଇଁ ବଜାର ମଧ୍ୟରେ ଥିବା କୋଣାର୍କ ଉନ୍ନୟନ ଯୋଜନାର ବିଭିନ୍ନ କର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହୋଇଥିଲେ । ଗଣମାଧ୍ୟମକୁ ଏ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳି ନଥିଲେ ମଧ୍ୟ ପୁରୀର ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚତୃପାଶ୍ୱର୍ର ବିକାଶ ପରି କୋଣାର୍କରେ ଖୁବ ଶିଘ୍ର ଏହି ବିକାଶ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବା ପ୍ରାରମ୍ଭିକ ସୁଚନା ମିଳିଛି । ଏଥିପାଇଁ ନିକଟ ଭବିଷ୍ୟତରେ ସୂର୍ଯ୍ୟମନ୍ଦିର ପାରିପାଶ୍ୱିର୍କ ଭିତ୍ତିଭୂମି ସଂଲଗ୍ନ ଅଞ୍ଚଳରେ ବସବାସ ତଥା ବ୍ୟବସାୟ କରୁଥିବା ସ୍ଥାନୀୟ ବାସୀନ୍ଦାଙ୍କ ମଧ୍ୟରେ କୋକୁଆଭୟ ଖେଳିଯାଇଥିବା ବେଳେ ଏକ ବଡଧରଣର ଭଙ୍ଗାରୁଜାର ସମ୍ମୁଖୀନ ହେବାର ପୂର୍ବାଆଭାସ ମିଳିଛି । ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ହେଇଥିବା ମାଷ୍ଟରପ୍ଲାନର ନକ୍ସା ଅନୁଯାୟୀ ସୂର୍ଯ୍ୟମନ୍ଦିରଠାରୁ ଅନ୍ୟୁନ ୩୦୦ମିଟର ବ୍ୟାସାର୍ଦ୍ଧ ପରିମିତ ଇଲାକାରୁ ସମସ୍ତ ପ୍ରକାର ନିର୍ମାଣକୁ ହଟାଯାଇ ସମ୍ୃକ୍ତ ଅଞ୍ଚଳରେ ବିକାଶ ଯୋଜନାକୁ ତ୍ୱରାନ୍ୱିତ କରାଯିବାର ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ