Breaking News

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ

ବେଗୁନିଆ--- ବୈଦେଶ୍ୱର ଥାନା ଅନ୍ତର୍ଗତ  ପୁଇଁଚା ପଞ୍ଚାୟତର ପଣ୍ଡାଳମ ଗ୍ରାମର ପୂର୍ବତନ ସମିତି ସଭ୍ୟ  ଅଜୟ କୁମାର ପଣ୍ଡାଙ୍କ ଫାର୍ମ ହାଉସ ଉପରେ ବୁଧବାର ଦିନ ଭୋର ସମୟରେ କେହି ଦୁବୁର୍ତ  ଦୁଇଟି ବୋମାମାଡ କରି ଫେରାର ହୋଇ ଯାଇଛି । ବୈଦେଶ୍ୱର ପୋଲିସ ସୂଚନା ମୁତାବକ ପୂର୍ବରୁ ଶତ୍ରୁତାକୁ  କେନ୍ଦ୍ର କରି ଏପରି କରିଥାଇ ପାରନ୍ତି ବୋଲି ସନ୍ଦେହ ପ୍ରକଟ କରିବା ସହ ପ୍ରାଥମିକ ତଦନ୍ତ ଚଳାଇଛି । ବୋମାମାଡରେ କେହି ମୃତ୍ୟୁ ହୋଇ ନଥିବା ବେଳେ  ଘରର କାନ୍ଥ ଓ ଆଜବେଷ୍ଟସ ଫାଟି ଯାଇଛି । ଏହି ଘଟଣା ପ୍ରଚାରିତ ହେବା ପରେ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । 
  ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts