କନକପୁରରେ ଖୋଲିଲା ଧାନ ମଣ୍ଡି
କୁଜଙ୍ଗ-----ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ସ୍ଥିତ ଜନକଲ୍ୟାଣ ସେବା ସମବାୟ ସମିତି ପରିସରରେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି ଯୋଗଦେଇ ନୂତନ ଧାନମଣ୍ଡିକୁ ଉଦ୍ଘାଟନ କରିବା ସହ ରାଜ୍ୟସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ସଭ୍ୟା ଲିପାଲି ରାଉଲ, ସହକାରୀ କୃଷି ଅଧିକାରୀ ନିରଞ୍ଜନ ସାହୁ, ତିର୍ତ୍ତୋଲ ସିସିବି ବ୍ୟାଙ୍କ ପରିଚାଳକ ଦୋଳଗୋବିନ୍ଦ ଖଟୁଆ, ସମିତିର ସଭାପତି ଅଜୟ କୁମାର ରାଉଳ, ସମ୍ପାଦକ ପରମାନନ୍ଦ ଦାସ, ପୂର୍ବତନ ସରପଞ୍ଚ ବିଜୟ ନାୟକ, ସମିତିର ଉପସଭାପତି ପ୍ରତିମା ରାଉଲ, ନିର୍ଦେଶକ ନିରଞ୍ଜନ ରାଉଲ, କୃଷି ଗ୍ରାମସେବିକା ସାଗରିକା ସ୍ୱାଇଁ, କନକପୁର ଆରଆଇ ରିଙ୍କିଲତା ପାଲ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଚାଷି ବିଜୟ ରାଉଳ, କ୍ଷୀରୋଦ ସେଠୀ, ବିରକିଶୋର ବ୍ରହ୍ମ, ଅରୁଣ ମହାପାତ୍ର, ନିକୁଞ୍ଜ ପଣ୍ଡା, ଚାଷୀ ଚିନ୍ତାମଣୀ ଦାଶ, ଜୟନ୍ତୀ ନାୟକ, ଦିଲିପ ମହାନ୍ତି, ରଶ୍ମିରଞ୍ଜନ ପରିଜା, ଅରୁଣ ଜେନା, ମନୋଜ ଦାସ, ସୁରେଶ ଦାସ, ପୁରୁଷତ୍ତମ ସାହୁ, ପ୍ରକାଶ ଦାସ, ଚିରଞ୍ଜୀବି ବିଶ୍ୱାଳ, ରାଜେଶ ଦାସ, ସିର୍ଦ୍ଧାଥ ରାଉଳ, ଜୀବନ ଲେଙ୍କା, ରାଜେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସମିତିର ସଭ୍ୟ ମହେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର