Breaking News

ରମାମଣି ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ

ବେଗୁନିଆ---- ବେଗୁନିଆ ବ୍ଲକ ଅନ୍ତର୍ଗତ  କଂଟାବାଡ ରମାମଣି ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି  ।  କ୍ରୀଡା  ଶିକ୍ଷକ ବିଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଉଦ୍ଯାପିତ ହୋଇ ଯାଇଛି । ଏ ନେଇ କ୍ରୀଡା ଉତ୍ସବଟି  +୨ ଶ୍ରେଣୀର ଅଧ୍ୟକ୍ଷ ହରେକୃଷ୍ଣ ସାମଲଙ୍କ  ଦ୍ୱାରା ଉଦଘାଟିତ ହୋଇଥିଲା  । ଏଥିରେ ମୋଟ ୩୧୫ ଜଣ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତି ଯୋଗିତାରେ ଭାଗ ନେଇଥିବା ବେଳେ ୨୫୨ ଜଣ ଛାତ୍ରଛାତ୍ରୀ କୃତିତ୍ୱ ଅର୍ଜନ କରିଥିଲେ ।ଏହି ଖେଳକୁ  କ୍ରୀଡା ସଂସଦର ସଭ୍ୟ ଅନୁପମା ସାହୁ,ଶ୍ରୀ ନିବାସ ସାହୁ ଓ ସ୍ୱର୍ଣ୍ଣଲତା ମହାରଣା ପ୍ରମୁଖ ପରିଚାଳନା କରିଥିଲେ । ଆଜି ପୂର୍ବାହ୍ନରେ  ସଂସଦର ଉପସଭାପତି ପ୍ରାଧ୍ୟାପକ ରାମକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସଭାରେ  ସ୍ଥାନୀୟ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରଶ୍ମିଧାରା ମହାପାତ୍ର ମୁଖ୍ୟ ଅତିଥି,ପ୍ରାଧ୍ୟାପକ ହରେକୃଷ୍ଣ ସାମଲ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶାରିରୀକ କ୍ରୀଡା ଦ୍ୱାରା ମନ ଓ ଶରୀର ନିର୍ମଳ ରହିବା ସହ ସନ୍ତୁଳିତ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଅତିଥିମାନେ ବିଭିନ୍ନ ଖେଳ କ୍ଷେତ୍ରରେ ଚମ୍ପିୟାନ ଅର୍ଜନ କରିଥିବା  ଛାତ୍ରଛାତ୍ରୀ ମାନଙ୍କୁ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ପଦ୍ମ ଚରଣ ପାଣିଗ୍ରାହୀଙ୍କ ସ୍ମୃତିରେ ପଦ୍ମଚରଣ ମେମୋରିଆଲ ଖେଳ ପୁରସ୍କାର ପ୍ରଦାନ କରିଥିଲେ ।ସଭାର ପ୍ରାରମ୍ଭରେ ପ୍ରାଧ୍ୟାପକ  ପ୍ରଦୀପ କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଦିଲ୍ଲୀପ କୁମାର ସାଥୁଆ ଧନ୍ୟବାଦ ଅର୍ପଣ କରିଥିଲେ । 
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts