ଗୋପବନ୍ଧୁଙ୍କ ଜନ୍ମ ପୀଠକୁ ଐତିହ୍ୟ ଗ୍ରାମ କରିବା ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ପ୍ରୟାସ
ସାକ୍ଷୀଗୋପାଳ------- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ସୁଆଣ୍ଡୋ ଗ୍ରାମ ତଥା ଗୋପବନ୍ଧୁଙ୍କ ଜନ୍ମପୀଠକୁ ଐତିହ୍ୟ ଗ୍ରାମ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଏଥିପାଇଁ ଏକ ନକ୍ସା ମଧ୍ୟ ତିଆରି କରାଯାଇଛି । ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହଙ୍କ ନିର୍ଦ୍ଦେଶରେ ଇଡକୋର ସି ଜି ଏମ ବିନ୍ଧେଶ୍ୱର ପାତ୍ର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଗସ୍ତ କରି ସରଜମିନି ତଦନ୍ତ କରିଛନ୍ତି । ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତ, ଆର୍କିଟ୍ରେଟର ଅଧିକାରୀ, ସତ୍ୟବାଦୀର ଅତିରିକ୍ତ ତହସିଲଦାର, ବଳରାମପୁରଗଡ ଆଇଆଇ ସୁଶାନ୍ତ ଧଳଙ୍କ ସହିତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । ଗୋପବନ୍ଧୁଙ୍କ ସ୍ମୃତି ରକ୍ଷା ପାଇଁ ଏହିଯୋଜନା ଆରମ୍ଭ କରାଯାଇଛି ବୋଲି ଅଧିକାରୀ ମାନଙ୍କ ଠାରୁ ସୂଚନା ମିଳିଛି । ଗୋପବନ୍ଧୁଙ୍କ ପୁରାତନ ଘରର ପୁନ୍ନଉଦ୍ଧାର କୀରଯିବ । ଗୋପବନ୍ଧୁଙ୍କ ବାସଗୃହ ଠାରୁ ମାତ୍ର୧ଶହ ଫୁଟ ଦୁରରେ ମିଉଜିୟମ, ଆଦର୍ଶଗ୍ରାମ, ଗ୍ରାମ୍ୟରାସ୍ତର ଉନ୍ନତିକରଣ, ଶୌଚାଳୟ, ପାର୍କିଂସ୍ଥଳ, ପାନୀୟଜଳ, ବିଦ୍ୟୁତ କରଣ, ପାଠାଗାର କରାଯିବ । ଗ୍ରାମାବସୀଙ୍କ ଅର୍ଥନୈତିକଉନ୍ନତି ସମ୍ପକରେ ଗ୍ରାମବାସୀଙ୍କ ସହିତ ଆସିଥିବା ଅଧିକାରୀ ମାନେ ୍ରାଲେଚନା କରିଥିଲେ । ଗୋପବନ୍ଧୁଙ୍କ ଜନ୍ମପୀଠ ସହିତ ଜମି ଦାନ ସମ୍ପର୍କରେ ଗୋପବନ୍ଧୁଙ୍କ ପରିବାର ସଦସ୍ୟ ମାନଙ୍କ ସହିତ ଆଲେଚନା କରାଯିବ ବୋଲି ଜଣାପଡିଛି । ଆଲେଚନାରେ ଗୋପବନ୍ଧୁଙ୍କ ନାତି ଧୀରେନ୍ଦ୍ର ନାଥ ଦାସ ଓ ରବୀନ୍ଦ୍ର ନାଥ ଦାଶ ଓ କୁନ ଦାଶ, ଲକ୍ଷ୍ମୀକାନ୍ତ ନନ୍ଦ, ୱାର୍ଡ ସଭ୍ୟ ରବୀନ୍ଦ୍ର ସ୍ୱାଇଁ, ନକୁଳ ଭୋଇ, ନଟ ମଣ୍ଡଳ, ହେମନ୍ତ ଦାଶ ପରମାନନ୍ଦ ବେହେରା, ରମେଶ ଭୋଇ, କାହ୍ନୁ ଚରଣ ଦାଶଓ ଦିବାକର ମହାପାତ୍ର ପ୍ରମୁଖ ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । ଅଧିକାରୀ ମାନେ ସୁଆଣ୍ଡୋ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଫେରିଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି