Breaking News

ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସୁବାଷ ଚନ୍ଦ୍ର ଜୟନ୍ତୀ ପାଳିତ

ସାକ୍ଷୀଗୋପାଳ----- ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ସାକ୍ଷୀଗୋପାଳ ପରିସରରେ ଦୁଇ ସ୍ୱାଧୀନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।  ସଂଗ୍ରାମୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗିତାରାଣୀ ମିଶ୍ର ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷକ ଶିକ୍ଷୟତୀ ମାନେ ଯୋଗଦେଇ ନେତାଜୀଙ୍କ ଉପରେ ମତ ପ୍ରକାଶ କରିଥିଲେ । ଛାତ୍ରୀ ମାନେ ଅନୁଷ୍ଠିତ ସଭାରେ ନିଜ ନିଜର ମତ ରଖିଥଲେ । ସଭାଟିକୁ ପରିଚାଳନା କରିଥିଲେ ଶିକ୍ଷକ ରତ୍ନାକର ଜେନା । ବରିଷ୍ଠ ଶିକ୍ଷୟତ୍ରୀ ସୁନନ୍ଦା ମହାନ୍ତି ଧନ୍ୟବାଦ ଦେଇଥିଲେ । ସେହିପରି ସତ୍ୟବାଦୀରେ ବିଭିନ୍ନ ସରକାରୀ ଓ ବେସରକାରୀ ଶି୪ା ଅନୁଷ୍ଠାନ ମାନଙ୍କରେ ଜୟନ୍ତୀ ପାଳିତ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts