ସାକ୍ଷୀଗୋପାଳ ------ଜିଲ୍ଲାର ସତ୍ୟବାଦୀ ଉପଶାଖା ପାଲା ଗାୟକ ମଣ୍ଡଳ ପକ୍ଷରୁ ପଟ୍ଟନାୟିକିଆ ସ୍ଥିତ ଚଣ୍ଡୀ ପୀଠରେ ବକୁ ଗ୍ରାମର ଗୁରୁ ରାଜ କିଶୋର ସମାନ୍ତରୟଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ମୃତି ଚାରଣ ସଭାରେ ଡ. ଦେବୀ ପ୍ରସାଦ ମହାପାତ୍ରଙ୍କ ସଭାପତିତ୍ୱ କରିଥିଲେ । ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ଗାୟକ , ବାୟକ ଓ ପାଳିଆ ମାନେ ଯୋଗ ଦେଇ ସ୍ୱଗତ ଗୁରୁ ଶ୍ରୀ ସାମନ୍ତରାୟଙ୍କ ସ୍ମୃତି ଚାଣ କରିଥିଲେ । ସେ ଏକା ଧାରାରେ ଜଣେ ମୃଦଙ୍ଗୁ, ଗାୟକ, ବାୟକ ଗୁରୁ ଭାବେ ପରିଚିତ ଥିଲେ । ବିଶେଷ କରି ସେ ଜଣେ ଉତ୍ତମବ୍ୟକ୍ତି ଥିଲେ ବୋଲି ଉପସ୍ଥିତ ଅତିଥି ମାନେ ସ୍ମୃତି ଚାଣ ସଭାରେ ମତ ପ୍ରକାଶ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ବିଶ୍ୱନାଥ ବିଶ୍ୱାଳ, ଲିଙ୍ଗରାଜ ପ୍ରଧାନ, ପ୍ରଭାକର ମହାରଣା, ବଳରାମ ଦାସ, ପ୍ରତାପ କୁମାର ପ୍ରଧାନ, ଭାସ୍କର ସ୍ୱାଇଁ ପ୍ରଫୁଲ ନାୟକ, ସୁୁଦର୍ଶନ ଜେନା, ଲକ୍ଷ୍ମୀଧର ମୁଦୁଲି ଓ ଧୁଳିଆ ବରାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ରମେଶ ଚନ୍ଦ୍ର ପଲେଇ ଶେଷରେ ଧନ୍ୟବାଦ ଦେଇଥିଲେ ।
 |
Sakhigopal |
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି