ଶିଶୁବିକାଶ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ
ବାଲିଗୁଡ଼ା - କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ ଏ ସି ସୁନାପାଙ୍ଗ ସ୍ଥିତ ଶିଶୁବିକାଶ ବିଦ୍ୟା ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ସମ୍ପାଦକ ଶେଖ୍ ଆନିସୁ ଦିନ୍ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ବାଲିଗୁଡ଼ା ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ପ୍ରଦୀପ୍ତ କୁମାର ବେହେରା , ବାଲିଗୁଡ଼ା ବିଜେଡି ବ୍ଲକ ଉପସଭାପତି ବିଜେସ୍ଵର ମଲିକ, ବାଲ୍ ବିକାଶ ଗୁରୁମା ଦୀପ୍ତି ମଞ୍ଜରି ପାଣିଗ୍ରାହୀ, ସଲିମ୍ ଟ୍ରଷ୍ଟ ଫାଉଣ୍ଡର ହବିବୁନ ନିଶା, ଏସ୍ କେ ବାବୁଜାନ୍ ପ୍ରମୁଖ ଯୋଗଦେଇ ଶିକ୍ଷାର ଆବଶ୍ୟକତା ଓ କୁନି କୁନି ପିଲାମାନଙ୍କ ଶିକ୍ଷା ସହିତ ବୈଧ ବିକାଶ ଉପରେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ଶିକ୍ଷତ୍ରି ରଶ୍ମିତା ଷଡ଼ଙ୍ଗୀ, ସୁପ୍ରିୟା ପାତ୍ର, ପଙ୍କଜିନି ବେହେରା, ମାଧୁରୀ ରଣା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା