Breaking News

ସୁସ୍ଥ ଭାରତ ମିନି ସାଇକ୍ଲୋଥନ


କୋଣାର୍କ ---- ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସହାୟତା ରେ ବସନ୍ତ ମଂଜରୀ ପାଠାଗାର ଆନୁକୂଲ୍ୟରେ ସୁସ୍ଥ ଭାରତ  ସାଇକେଲ ରାଲି ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳେଇ ଓ ଗୋପ ତହସିଲଦାର ପୃଥିରାଜ ମଣ୍ଡଳ ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ଯ ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ର ଯୁବ ସଂଯୋଜକ ଜୟ ଶଙ୍କର ଯୋଶୀ, କୋଣାର୍କ ବସଷ୍ଟାଣ୍ଡ ଵ୍ଯଵସାୟୀ ସଂଘ ସଭାପତି ପଦ୍ମଚରଣ ବେଉରା ଓ  ସମାଜସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗଦେଇ ଆଜିର ଯୁଵ ସମାଜ ସୁସ୍ଥ ରହିଲେ ଦେଶ ତଥା ରାଜ୍ୟ ପ୍ରଗତି ରେ ଵିଶେଷ ସହାୟକ  ହୋଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରୁ ସାଇକେଲ ରାଲି ଵାହାରି କୋଣାର୍କ ବଜାର ପରିକ୍ରମା କରିବା ସହ ସୁସ୍ଥ ଭାରତ, ସମୃଦ୍ଧ ଭାରତ ସମ୍ଵନ୍ଧରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ଜନସଚେତନତା ସୃଷ୍ଟି କରିଥିଲେ। ପରେ ପରେ କୋଣାର୍କ ସ୍ଥିତ ଅର୍ବାନ ହାଟ ପରିସରରେ ଗୋପ ବ୍ଳକ ସ୍ତରୀୟ ଯୁବ ସମ୍ମିଳନୀ ସମାଜସେବୀ ରାମକୃଷ୍ଣ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳେଇ, କୋଣାର୍କ ଭଗବତୀ ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଵିଷ୍ନୁ ପ୍ରସାଦ ମିଶ୍ର, କୋଣାର୍କ ବସଷ୍ଟାଣ୍ଡ ଵ୍ଯଵସାୟୀ ସଂଘ ସଭାପତି ପଦ୍ମଚରଣ ବେଉରା, କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟ ର ଏନ ସି ସି ଶିକ୍ଷକ ସୂର୍ଯ୍ୟ ନାରାୟଣ ମିଶ୍ର, ଅଧ୍ୟାପକ ଅରବିନ୍ଦ ସାହୁ, ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ର ଯୁବ ସଂଯୋଜକ ଜୟ ଶଙ୍କର ଯୋଶୀ ପ୍ରମୁଖ ଯୋଗଦେଇ ବର୍ତମାନ ର ଯୁବ ସମାଜ ଜାଗ୍ରତ ରହିଲେ ସମୃଦ୍ଧ ରାଷ୍ଟ୍ର ଓ ଦେଶ ଗଠନ ସମ୍ଭବ ପର ହୋଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ଭଗବତୀ ମହା ବିଦ୍ୟାଳୟ ଓ କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟ ର ଏନ ସି ସି  ଛାତ୍ର ମାନେ ଯୋଗ ଦେଇଥିଲେ ।  ଏହି କାର୍ଯ୍ୟକ୍ରମ କୁ ସାମ୍ବାଦିକ ଭାଗିରଥି ସ୍ଵାଇଁ, ଯୁବ ସମାଜ ସେବୀ ଶୁଭ୍ରାଂଶୁ ସେଠୀ, ସମାଜ ସେବୀ ସୁନିଲ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ। 
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts