Breaking News

ଅଧା କିଲୋମିଟର ଖଟ ରେ ବୁହା ହେଲେ ଗର୍ଭବତୀ


ବରଗଡ଼- ସରକାର ପ୍ରସୂତି ମହିଳା ମାନଙ୍କୁ ଡାକ୍ତର ଖାନା କୁ ପହଞ୍ଚାଇବା ପାଇଁ ୧୦୨ସେବା ରହିଛି। ହେଲେ ତାହା ରୋଗୀଙ୍କ ପାଖରେ ଠିକ ସମୟରେ ପହଞ୍ଚି ପାରୁନାହିଁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଜଣେ ପ୍ରସୂତି ମହିଳାଙ୍କୁ ଅଧ କିଲୋମିଟର ବାଟ ଗାଁ ଦାଣ୍ଡ ମଝିରେ ଏକ ଖଟିଆ ସାହାଯ୍ୟରେ  ଗ୍ରାମର କିଛି ଲୋକେ ବୋହି ନେଉଥିବା ଭିଡ଼ିଓ ଭାଇରାଲ ହୋଇଛି । ଏହି ଘଟଣା ଟି ବିଜେପୁର ବ୍ଲକ ଅନ୍ତର୍ଗତ ଟି ଗଣ୍ଡପାଲି ନିକଟସ୍ଥ କନ୍ଧଡ଼ିହି ଗ୍ରାମର । ସକାଳ ୬ଟା ସମୟରେ ଘଟିଯାଇଛି  ବୋଲି ଜଣାଯାଇଛି । ରେବତୀ ପୁଟେଲ ନାମକ ଜଣେ ମହିଳାଙ୍କ ପ୍ରସୂତି ଥିବାବେଳେ ତାଙ୍କ ସ୍ୱାମୀ ସୁଶାନ୍ତ ପୁଟେଲ  ୧୦୨ଆମ୍ବୁଲାନ୍ସ କୁ କଲ କରିଥିଲେ ହେଲେ  ଆମ୍ବୁଲାନ୍ସ ଟି ଅଧବାଟ ଆଶି ରହିଯାଇଥିଲା। କନ୍ଧଡ଼ିହିର ମୁଖ୍ୟ ରାସ୍ତାରେ ଏକ କଲଭର୍ଟ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ୧୦୨  ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା।କଳଭର୍ଟ ଟି ତେଲିଟିକ୍ରା ପାଖରେ ନିର୍ମାଣ ହେଉଛି।କଲଭର୍ଟ ନିର୍ମାଣକାରୀ ବାଇପାଶ ରୋଡ କରିନଥିବା ଯୋଗୁଁ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ଯାହାଫଳରେ ଆଜି ପ୍ରସୂତି ମହିଳା ଙ୍କୁ ଖଟରେ ବୁହାହେଲା।ଯାହାକି କୌଣସି ସ୍ଥାନରେ ଯଦି ନୂତନରାସ୍ତା କାମଚାଲେ ତାପାଖରେ ବିକଳ୍ପ ରୋଡ ତିଆରି କରିବା ନିୟମ ଥାଏ ।  କିନ୍ତୁ ଏଠି ଠିକାଦାର କରି ନାହାନ୍ତି ବୋଲି ଆଜି ଏହି ଅସୁବିଧା ଦେଖିବାକୁ ମିଳିଛି।କାହିଁକି ନାଁ ଏହି ରାସ୍ତାଟି ଗାଁ ର ମୁଖ୍ୟରାସ୍ତା ଏହି ଗୋଟିଏ ରାସ୍ତା ଦେଇ ହିଁ ଲୋକେ ଚାରିଚକିଆ ଯାନବାହାନରେ ଯିବା ଆସିବା କରିଥାନ୍ତି।ଗାଁର ଗୋଟିଏ ହିଁ ରାସ୍ତା ଅଛିବୋଲି ଜଣାପଡିଛି । ପରେ ମହିଳାଙ୍କୁ ବିଜେପୁର ଡାକ୍ତର ଖାନାକୁ ଅଣାଯାଇଥିଲା।ପରେ ଡାକ୍ତର ଖାନାରେ ରେବତୀ ପୁଟେଲ  ଶିଶୁକନ୍ୟାକୁ ଜନ୍ମଦେଇଛନ୍ତି।


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts