ପାନଚାଷୀଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବା ପାଇଁ ଜେଏସଡବ୍ଳୁ ପକ୍ଷରୁ ଉଦ୍ଦ୍ୟମ ଆରମ୍ଭ
ଜଗତସିଂହପୁର- ଭାରତର ଅଗ୍ରଣୀ ଷ୍ଟିଲ ନିର୍ମାତା କମ୍ପାନୀ ଜେଏସଡବ୍ଳୁ ପକ୍ଷରୁ ଏରସମା ବ୍ଳକର ଗଡକୁଜଙ୍ଗ, ଢ଼ିଙ୍କିଆ ଓ ନ୍ରୂଆଗାଁ ଅଞ୍ଚଳର ଶତାଧିକ ପାନ ଚାଷୀଙ୍କୁ ବୈଜ୍ଞାନିକ ପ୍ରଶାଳୀରେ ପାନ ଚାଷ କରିବା ପାଇଁ ଉଦ୍ଦ୍ୟମ ଆରମ୍ଭ ହୋଇଯାଇଛି । ସୁଚନା ଯୋଗ୍ୟ ଯେ ପ୍ରସ୍ତାବିକ କାରଖାନା ଅଞ୍ଚଳରେ ବହୁ ଛୋଟବଡ ପାନ ଚାଷୀ ପାନ ଚାଷ କରି ପରିବାର ଭରଣ ପୋଷଣ କରୁଛନ୍ତି । ଚାଷୀ ମାନେ ସେହି ପୁରୁଣା ପ୍ରଣାଳୀ ଅନୁସାରେ ଚାଷ କରୁଛନ୍ତି । ଯାହା ଫଳରେକି ପାନ ଚାଷରେ ଯେତିକି ଲାଭଭାନ ହେବା କଥା ସେହି ଅନୁପାତରେ ହୋଇ ପାରୁନାହାନ୍ତି । ଏହି ସମସ୍ୟାକୁ ନଜର କରି ଜେଏସଡବ୍ଳୁ ପକ୍ଷରୁ ଆଇଆଇଟି ଖଡଗପୁରର ପାନ ଚାଷ ଉପରେ ଗବେଷଣା କରୁଥିବା ଦୁଇ ଜଣ ପ୍ରଧ୍ୟାପକ ଦିଲୀପ ସ୍ୱାଇଁ ଓ ଶ୍ରୀ ପାର୍ଥ ଏରସମା ବ୍ଳକର ତିନୋଟି ପଞ୍ଚାୟତର ପାନଚାଷ ବରଜ ବୁଲିବା ସହ ପାନ ଚାଷୀଙ୍କ ସହିତ ଆଲେଚନା କରିଥିଲେ । ଶେଷରେ ପ୍ରଧ୍ୟାପକ ମାନେ ପାନ ବରଜର ମାଟି ନମୁନା ସଂଗ୍ରହ କରି ଅଧିକ ଗବେଷଣା ପାଇଁ ସାଙ୍ଗରେ ନେଇଥିବାର ଜଣାପଡିଛି । ଉକ୍ତ କମ୍ପାନୀର ଅଧିକାରୀ ମାନେ ପାନ ଚାଷୀ ମାନଙ୍କର ଆର୍ଥିକ ମାନ ଦଣ୍ଡରେ ଉନ୍ନତି ଆଣିବା ପାଇଁ ଅହରହ ପ୍ରଚେଷ୍ଟା ଜାରି ରହିଛି । ଏହି ପ୍ରଶିକ୍ଷଣର ମୁଖ୍ୟ ଲକ୍ଷ୍ୟ ରହିଛି କମ ଯାଗାରେ ଅଧିକ ଅମଳ ଓ ଉନ୍ନତ କିସମର ପାନ ଉତ୍ପାଦନ କରି ପାନ ଚାଷୀ ମାନେ ସେମାନଙ୍କର ଆର୍ଥିକ ପରିସ୍ଥିତି ଉନ୍ନତି କରିପାରିବେ ବୋଲି ଲକ୍ଷ୍ୟ ରଖାଯାଇଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର