Breaking News

ଡିଗ୍ରୀ ଇଞ୍ଜିନିଅର ଧାରୀ ପୁରୀ ବଡଦାଣ୍ଡର ଭିକାରୀ |


ପୁରୀ---- ପୁରୀ ବଡଦାଣ୍ଡ ରେ ଡିଗ୍ରୀ ଇଞ୍ଜିନିଅର ଧାରୀ ସାଝିଛନ୍ତି ଭିକାରୀ | ଉଚ୍ଚଶିକ୍ଷିତ ଓ ଯୋଗ୍ୟତା ଥାଇ ମଧ୍ୟ ସୁଯୋଗ ଓ ପରିସ୍ଥିତି ଅଭାବ ରୁ ଚାକିରୀ ମିଳୁନାହିଁ | ଜଣେ ଡିଗ୍ରୀ ଧାରୀ ଇଞ୍ଜିନିଅର ବର୍ଷ ବର୍ଷ ଧରି ବଡଦାଣ୍ଡ ରେ ଭିକ୍ଷାବୃତି କରିବା ଏବେ ପ୍ରମାଣ ପ୍ରମାଣ ମିଳିଛି | ବଡ଼ଦାଣ୍ଡରେ ଜଣେ ରିକ୍ସା ଚାଳକଙ୍କ ସହିତ ଗଣ୍ଡଗଳ ହେବା ପରେ ସମ୍ପୃକ୍ତ ଭିକାରୀ ରିକ୍ସା ଚାଳକଙ୍କୁ ମାରି ରକ୍ତାକ୍ତ କରିବା ସହ ନିଜେ ମଧ୍ୟ ଆହତ ହୋଇଥିଲେ |  ଭିକାରୀ ଜଣକ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଏବେ ତାଙ୍କ ଏତଲା ରୁ ନୂଆକଥା ସାମ୍ନା କୁ ଆସିଥିଲା | ଇଂରାଜୀ ରେ ସେ ଯେଉଁ ଏତଲା ଲେଖିଥିଲେ ତାହା ଥିଲା ଅତ୍ୟନ୍ତ ନିର୍ଭୁଲ ଓ ଉଚକୋଟିର |  ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ଭିକ୍ଷୁକ ପରିଚୟ ଦେଉଥିବା ଭିକାରୀଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପୋଲିସ ପାଖରେ ପ୍ରକାଶ କରିଥିଲେ । ଭିକ୍ଷା ବୃତ୍ତି କରୁଥିବା ଇଞ୍ଜିନିୟର ଭିକାରୀ ଜଣକ ହେଲେ ଭୁବନେଶ୍ୱର ଜୟଦେବ ବିହାର ର ଗିରିଜା ଶଙ୍କର ମିଶ୍ର ବୋଲି ସୂଚନା ମିଳିଛି ।  ତାଙ୍କ ବାପା ପ୍ରଫୁଲ୍ଲ ମିଶ୍ର  ଜଣେ ଅବସର ପ୍ରାପ୍ତ ପୋଲିସ ଡିଏସପି । ଯାହାଙ୍କ ଦେହାନ୍ତ ହୋଇ ସାରିଛି । ସେ ଜଣେ ମେଧାବୀ ଛାତ୍ର ଥିଲେ ବିଏସସି ପରେ ସେ  ୧୯୯୫ରେ ଭୁବନେଶ୍ୱର ରେ ଥିବା ସିପେଟ କଲେଜ ରେ ପ୍ଲାଷ୍ଟିକ ଇଞ୍ଜିନିଅରିଂ କରିଥିଲେ।  ପରେ ସେ ସେତେବେଳେ ବମ୍ବେ ରେ ଏକ ଚାକିରୀ କରିଥିଲେ। ତେବେ କେତେକ ସମସ୍ୟା ଓ ମାନସିକ ସ୍ଥିତି ଠିକ ନ ରହିବାରୁ ଚାକିରୀ ଛାଡି ଦେଇ ଥିଲେ। ପରେ ସେ ପୁରୀ ସମେତ ଆଲ୍ଲାବାଦ, ବୈଷ୍ଣ ଦେବୀ ତଥା ବିଭିନ୍ନ ତୀର୍ଥ କ୍ଷେତ୍ରରେ ରହି ଭିକ୍ଷା ବୃତି କରୁଛନ୍ତି। ତାଙ୍କ ପରିବାର ର ଭାଇ ଓ ଭଉଣୀ ମାନେ ଓଡିଶା ର ବିଭିନ୍ନ ଜାଗାରେ ଉଚ୍ଚ ବେତନ ଭୋଗୀ ଚାକିରୀ କରି ରହୁଥିଲେ ମଧ୍ୟ ଗିରିଜା କେବେ ବି ତାଙ୍କ ଭାଇ ଭଉଣୀ ପାଖକୁ ଯାଆନ୍ତି ନାହିଁ। ବଡ଼ ଦାଣ୍ଡ ରୁ ଭିକ୍ଷା ବୃତି ରୁ ଯାହା ମିଳେ ସେ ଚଳନ୍ତି। ତେବେ ଭିକ୍ଷା ବୃତି କୁ ନେଇ ତାଙ୍କର କୌଣସି ଅବ ଶୋଷ ନାହିଁ। ପ୍ରଭୂ ଜଗନ୍ନାଥ ଙ୍କ ଆଶୀର୍ବାଦ ରେ ଏମିତି ଏହି ଜୀବନ ଟିକୁ କାଟି ଦେବା ନେଇ ନିଜ ପ୍ରତିକ୍ରିୟା ରେ କହିଛନ୍ତି। ଅନ୍ୟପଟେ ଏହି ଘଟଣା ଜଣା ପଡିବା ପରେ ବହୁ ଭକ୍ତ ଓ ପର୍ଯ୍ୟଟକ ତାଙ୍କ ପଖରେ ରହି ଆଲୋ ଚନା କରିବା ସହ କିଛି ଅର୍ଥ ମଧ୍ୟ ଦେଇଛନ୍ତି ।
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts