Breaking News

ଚନ୍ଦ୍ରଭାଗା ବେଳାଭୂମିରେ ତିନୋଟି ମୃତ ଅଲିଭରିଡଲେ କଇଁଚ

କୋଣାର୍କ ---- ଗୁରୁବାର ପୂର୍ବାହ୍ନରେ ଚନ୍ଦ୍ରଭାଗାଠାରୁ ପୁରୀ ଆଡକୁ ୩କିଲୋମିଟର ଦୂର ସମୂଦ୍ର ବେଳାଭୂମୀରେ ବିରଳ ପ୍ରଜାତିର ତିନୋଟି ଅଲିଭ ରିଡଲେ କଇଁଚର ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ସମୁଦ୍ର ଗର୍ଭରେ କୌଣସି ମାଛଧରା ଯନ୍ତ୍ରଚାଳିତ ଟ୍ରଲର ଆଘାତରେ ଏହି ଅଲିଭ ରିଡଲେ କଇଁଚମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି । ଫଟୋ ଉତ୍ତୋଳନ ସମୟରେ ମୃତ ଅଲିଭ ରିଡଲେ କଇଁଚର ଶରୀରୁ ରକ୍ତଶ୍ରାବ ହେଉଥିବା ଦେଖିବାକୁ ମିଳିଥିଲା । ସମ୍ପ୍ରତି ନଭେମ୍ବର ମାସ ୧ ତାରିଖ ଠରୁ  ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ବିରଳ ଅଲିଭ ରିଡଲେଙ୍କ ସଙ୍ଗମ ଜାରି ରହିଥାଏ ।ା  ଓଡିଶା ମେରାଇନ ଫିସରି ରେଗୁଲେସନ ଆକ୍ଟ ୧୯୮୨ ଅନୁଯାୟ  ଏହି ସମୟାବଧି ମଧ୍ୟରେ ବଙ୍ଗୋପସାଗର ଉପକୂଳ ଠାରୁ ସମୁଦ୍ର ଗର୍ଭ ମଧ୍ୟକୁ ୫କିମି ଦୂର ପର୍ଯ୍ୟନ୍ତ ବିରଳ ପ୍ରଜାତିର ଅଲିଭରିଡ଼ିଲ କଇଁଚମାନଙ୍କ ସୁରକ୍ଷା ପାଇଁ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ନିଷିଧ୍ୟାଞ୍ଚଳ ଘୋଷଣା କରାଯାଇଛି । ଏହି ସମୟରେ  ଅଲିଭରିଡ଼ିଲ କଇଁଚମାନେ ସମୁଦ୍ର ଉପକୂଳରେ ଅଣ୍ଡା ଦେବା ପାଇଁ ଦଳ ଦଳ ହୋଇ ଉପକୂଳକୁ ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ଉପକୂଳର ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ଚଳପ୍ରଚଳ କରିଥାନ୍ତି । ନିଷିଦ୍ଧାଞ୍ଚଳରେ ମଟର ଚାଳିତ ମାଛଧରା ଟ୍ରଲର ବେଆଇନ ଭାବେ  ପ୍ରବେଶକରି  ମାଛ ଧରୁଥିବା ବେଳେ ଜାଲ ପଡିବା ସହ ଟ୍ରଲରର ଫ୍ୟାନ  ଏହି ଅଲିଭ ରିଡ଼ିଲ  କଇଁଚମାନେ ମାଡ  ହୋଇ ମୃତ୍ୟୁ ବରଣ କରିଥାନ୍ତି । ନିଷିଦ୍ଧାଞ୍ଚଳରେ ପ୍ରତ୍ୟହ ଅହୋରାତ୍ର ମାଳମାଳ ଟ୍ରଲର ବେଆଇନ ଭାବେ ମାଛ ମାରୁଥିବା ଯୋଗୁଁ  ଅଲିଭ ରିଡଲେ କଇଁଛଙ୍କ ଜୀବନ ସଙ୍କଟାପନ୍ନ ହୋଇପଡ଼ିଛି ।  ଏଥିପ୍ରତି ମେରାଇନ ଫିସରୀ ଓ ବନ ବିଭାଗ ଅଧିକାରୀ ନିରବଦ୍ରଷ୍ଟ୍ରା ସାଜି ଏପରି ବେଆଇନ କାର୍ଯ୍ୟକୁ ପରୋକ୍ଷରେ ପ୍ରେତ୍ସାହନ ଯୋଗାଇ ଦେଇ ଆସୁଛନ୍ତି ବୋଲି ପରିବେଶବିତମାନେ ମତପ୍ରକାଶ କରିଛନ୍ତି ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts